ନ୍ୟୁଜ୍

ଖୁବ୍ ଶୀଘ୍ର ବିବାହ କରିବେ ବାହୁବଳୀ ଫେମ୍ ରାଣା

ଅର୍ଗସ ବ୍ୟୁରୋ : ବାହୁବଳୀ ଫେମ୍ ରାଣା ଡାଗୁବତୀ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଲକଡାଉନରେ ବାହୁବଳୀ ଖ୍ୟାତି ରାଣା ଡାଗୁବତୀ ନିଜ ପ୍ରେମିକା ମିହିକା ବଜାଜଙ୍କ ସହ ନିର୍ବନ୍ଧ ଶେଷ ହୋଇଥିବା ବେଳେ ବାହାଘର ତାରିଖ ଘୋଷଣା କଲେ ରାଣାଙ୍କ ପିତା ସୁରେଶ ବାବୁ ।

ନିର୍ବନ୍ଧ ବନ୍ଧନରେ ଆବଦ୍ଧ ହେବା ପରେ ଦୁହେଁ ସୋସିଆଲ ମିଡିଆରେ କିଛି ଫଟୋ ମଧ୍ୟ ସେୟାର କରିଥିଲେ । ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବର୍ତ୍ତମାନ ଉଭୟ ଅଗଷ୍ଟ 8 ତାରିଖରେ ବିବାହ କରିବେ ଏବଂ ଏହି ବିବାହରେ କେବଳ ପରିବାର ସଦସ୍ୟ ରହିବେ ବୋଲି ସ୍ପଷ୍ଟ କରିଛନ୍ତି ସୁରେଶ ବାବୁ ।

ସେ କହିଛନ୍ତି ଯେ ବିବାହ ସମୟରେ କରୋନା ମହାମାରୀକୁ ରୋକିବା ପାଇଁ ସରକାର ଦେଇଥିବା ନିର୍ଦ୍ଦେଶାବଳୀ ପାଳନ କରିବେ । ମିହିକା ବଜାଜ ଜଣେ ଇଣ୍ଟିରିୟର ଡିଜାଇନର୍ । ବଲିଉଡ ଇଣ୍ଡଷ୍ଟ୍ରିରେ ମିହିକାଙ୍କର ମଧ୍ୟ ଭଲ ବନ୍ଧୁତା ଅଛି । ସେ ବଲିଉଡ ଅଭିନେତ୍ରୀ ସୋନମ କପୁର ଏବଂ ଆନନ୍ଦ ଅହୁଜାଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ । ପରେ ପରେ ରାଣାଙ୍କ ସହ ତାଙ୍କର ପରିଚୟ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top