X
Breaking News
ଦେଶ

ରେଳ ଷ୍ଟେସନରେ ଗୀତ ଗାଉଥିବା ରାନୁ ଏବେ ବଲିଉଡ୍‌ରେ

RANU MANDAL

ନୂଆଦିଲ୍ଲୀ: ଯଦି ନିଜ ପାଖରେ କିଛି କଳା ଥିଏ ତେବେ ତାକୁ ଲୋକ ଲୋଚନକୁ ଆଣିବା ପାଇଁ ଭଗବାନ୍‌ କିଛି ନା କିଛି ରାସ୍ତା  ନିଶ୍ଚୟ ଖୋଲିଥାନ୍ତି । ଯାହାର ଏବେ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ରାନୁ ମଣ୍ଡଳ ।  ରେଳ ଷ୍ଟେସନ୍‌ ରେ ଗୀତ ଗାଇ ନିଜ ଗୁଜୁରାଣ ମେଣ୍ଟାଉଥିଲେ ରାନୁ । କିଏ ଯାଣିଥିଲା ରେଳ ଷ୍ଟେସନ୍‌ରୁ ସେ ପହଞ୍ଚିଥିବେ  ମାୟାନଗରୀ ବଲିଉଡ୍ ରେ । ତେବେ ରେଳ ଷ୍ଟେସନରେ ଗୀତ ବୋଲି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲେ ରାନୁ । ତାଙ୍କ କଣ୍ଠରେ କି ଯାଦୁ ଥିଲା କେଜାଣି ରାତାରାତି ଚର୍ଚ୍ଚା ପରିସରକୁ ଆସିଗଲେ ରାନୁ ମଣ୍ଡଳ । ଆଉ ପହଞ୍ଚିଗଲେ ମାୟାନଗରୀ ବଲିଉଡ୍‌ରେ ।

RANU

ତାଙ୍କ କଣ୍ଠର ସ୍ୱର ଏପରି ଥିଲା ଯେ,  ଲୋକେ ତାଙ୍କୁ ଲତା ମଙ୍ଗେସ୍କରଙ୍କ ପାର୍ଟ-2 ବୋଲି ଗହିବା ଆରମ୍ଭ କରିଦେଇଛନ୍ତି । ଭାଇରାଲ୍ ହୋଇଥିବା ଭିଡିଓରେ ରାନୁ  ବିଶିଷ୍ଠ ଗାୟିକା ଲତା ମଙ୍ଗେସ୍କରଙ୍କ ଗୀତ ଗାଇ ସୋସିଆାଲ୍ ମିଡିରେ ବହୁଳ ମାତ୍ରାରେ ଚର୍ଚ୍ଚା ସାଉଁଟି ଥିଲେ । ତେବେ ରାନୁଙ୍କ ଏହି ଭାଇରାଲ୍‌ ଭିଡିଓ ଦ୍ୱାରା ଆକୃଷ୍ଟ ହୋଇ ହିମେଶ ରେଶମିୟା ରାନୁଙ୍କୁ ତାଙ୍କ ସହ ଗୀତ ଗାଇବାର ସୁଯୋଗ ଦେଇଛନ୍ତି ।  ଏବେ ରାନୁ ମଣ୍ଡଳ ହିମେଶ ରେଶମିୟାଙ୍କ ସହ ଗୀତ ସୁଟିଂ କରୁଛନ୍ତି । ସୁଟିଂର ରେକର୍ଡର ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରାନୁଙ୍କୁ ତାଙ୍କ ଲକ୍ଷ ସ୍ଥଳରେ ପହଞ୍ଚାଇଛି ସୋସିଆଲ୍‌ ମିଡିଆ ।

RANU

ଏକ ଟେଲିଭିଜନ ସାକ୍ଷାତକାରରେ ପଚରାଯାଇଥିବା ପ୍ରଶ୍ନରେ ସେ କହିଛନ୍ତି କି, ମୋ ପାଖରେ ରହିବା ପାଇଁ ଘର ନଥିଲା, ଖାଇବା ପାଇଁ ଖାଦ୍ୟ ନଥିଲା । ଏଥିପାଇଁ ମୁଁ ପେଟ ଭରିବା ପାଇଁ ଷ୍ଟେସନରେ ଗୀତ ଗାଉଥିଲି । ଗୀତ ଶୁଣି କେହି କେହି ବିସ୍କୁଟ ଦେଉଥିଲା ତ କେହି ଖାଇବାକୁ କିଛି ଦେଉଥିଲେ । ଏମିତିରେ ମୁଁ ଜୀବନ କାଟୁଥିଲି । ରାନୁଙ୍କର ଏଭଳି ଉତ୍ତର ପରେ ସମସ୍ତଙ୍କ ଆଖି ନରମି ଯାଇଥିଲା । କଥାରେ ଅଛି ବଣର ମଲ୍ଲୀ ବଣରେ ଫୁଟି ଝଡି ଯାଇଥାଏ, କାହା ନଜରକୁ ଆସିନଥାଏ ।  ଏପରି କିନ୍ତୁ ପରିଲକ୍ଷୀତ ହୋଇନାହିଁ ରାଙ୍କ କ୍ଷେତ୍ରରେ ।  ଡେରିରେ ହେଉ ପଛେ ତାଙ୍କ କଳାକୁ ପ୍ରସ୍ଫୁଟିତ  ହୋଇଛି ।

 

 

 

 

 

 

 

 

 

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top