ଦେଶ

ଆଜି ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡାଣ ଭରିଲା ରାଫେଲ, 29ରେ କରିବ ଲ୍ୟାଣ୍ଡ

ନୂଆଦିଲ୍ଲୀ : ରାଫେଲ ବିମାନ ନେଇ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶତ୍ରୁ ସେନାକୁ ପରାସ୍ତ କରି ଶତ୍ରୁ ରାଷ୍ଟ୍ରକୁ ଜବାବ ଦେବା ପାଇଁ ଭାରତରେ ଆଉ 2 ଦିନ ଅନ୍ତରାଳରେ ପହଞ୍ଚିବ ରାଫେଲ ଯୁଦ୍ଧ ବିମାନ। ଭାରତୀୟ ବାୟୁସେନା (IAF)ପାଇଁ ପ୍ରଥମ ବ୍ୟାଚର 5ଟି ରାଫେଲ ଆଜି ଫ୍ରାନ୍ସ ରୁ ଉଡାଣ ଭରିଛି। ପୂର୍ବ ସୂଚନା ଅନୁସାରେ ଏହା ଜୁଲାଇ 29 ତାରିଖ ସୁଦ୍ଧା ଭାରତରେ ପହଞ୍ଚିବ। ଏ ନେଇ ଫ୍ରାନ୍ସରେ ଥିବା ଭାରତୀୟ ମିଶନ ଟୁଇଟ କରି ସୂଚନା ଦେଇଛନ୍ତି। ଉଡାଣ ପୂର୍ବରୁ ମିଶନ ପକ୍ଷରୁ ରାଫେଲ ଯୁଦ୍ଧ ବିମାନର ଫଟୋ ଜାରି କରାଯାଇଛି।

ପାଣିପାଗକୁ ଦୃଷ୍ଟିରେ ରଖି ଏହି ବିମାନ 29 ଜୁଲାଇରେ ବାୟୁସେନା ଷ୍ଟେସନ ଅମ୍ବାଲାରେ ସର୍ଵ ପ୍ରଥମେ ଲ୍ୟାଣ୍ଡ କରିବ। ଏହାର ଆଗମନ ସମୟରେ କୌଣସି ମିଡିଆ କଭରେଜ ପାଇଁ ଯୋଜନା ହୋଇନାହିଁ। ଅଗଷ୍ଟ 20 ତାରିଖରେ ଭାରତୀୟ ବାୟୁ ସେନା ପକ୍ଷରୁ ଏ ନେଇ ଗଣମାଧ୍ୟମକୁ ପ୍ରେସ ବାର୍ତା ଜାରି କରାଯିବ ବୋଲି ଜଣାପଡିଛି। IAF ଏୟାରକ୍ରାଫ୍ ଏବଂ ଗ୍ରାଉଣ୍ଡ କ୍ରୁମାନେ ବିମାନର ଉନ୍ନତ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ସମେତ ବ୍ୟାପକ ପ୍ରଶିକ୍ଷଣ ନେଇଛନ୍ତ। 2016 ମସିହା ସେପ୍ଟେମ୍ବର ମାସରେ 36 ଟି ରାଫେଲ ଯୁଦ୍ଧ ବିମାନ କ୍ରୟ ପାଇଁ ଭାରତ ଫ୍ରାନ୍ସ ମଧ୍ୟରେ ଡିଲ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top