ନ୍ୟୁଜ୍

ଚାନ୍ଦବାଲିରେ ବିରଳ କଇଁଛ ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ

turtles

ଭଦ୍ରକ: ବିରଳ ପ୍ରଜାତିର ହଳଦିଆ ରଙ୍ଗର କଇଁଛ ଉଦ୍ଧାର ହୋଇଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବେନ୍ତାଳପୁର ଗାଁରେ ଏହା ଦେଖିବାକୁ ମିଳିଛି । ସୂଚନାନୁସାରେ, ବେନ୍ତାଳପୁର ଗାଁର ଚାଷୀ ନିରାକର ମହାନ୍ତି ବିଲରେ ହଳ କରୁଥିବା ସମୟରେ ଏକ ବିରଳ ପ୍ରଜାତିର କଇଁଛ ଧରିଥିଲେ ।

ଏହି ହଳଦିଆ ରଙ୍ଗର କଇଁଛକୁ ଦେଖିବାକୁ ଲୋକଙ୍କର ଭିଡ଼ ଜମିବାରୁ ନିରାକାର ବନ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଁଚି ଏହି ବିରଳ କଇଁଛଟିକୁ ଉଦ୍ଧାର କରିଛନ୍ତି । ପରେ ଏହି ବିରଳ କଇଁଛଟିକୁ ବୈତରଣୀ ନଦୀରେ ଛଡ଼ାଯିବ ବୋଲି ଚାନ୍ଦବାଲି ବନ ବିଭାଗର ରେଜ ଅଫିସର ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top