ଜୀବନ ମନ୍ତ୍ର

ରଥଯାତ୍ରା ପ୍ରସଙ୍ଗ, ରାଜ୍ୟବାସୀଙ୍କ ଚାପରେ ଭାଙ୍ଗିଲା ସରକାରଙ୍କ ନିଦ

ଭୁବନେଶ୍ୱର: ରଥଯାତ୍ରା ପ୍ରସଙ୍ଗରେ ଆସିଲା ଟ୍ୱିଷ୍ଟ ।  ରଥଯାତ୍ରା ପ୍ରସଙ୍ଗରେ ରାଜ୍ୟ ସରକାର ୟୁ -ଟର୍ଣ୍ଣ ନେଇଛନ୍ତି । ଆସନ୍ତାକାଲି ସୁପ୍ରିମ୍‌କୋର୍ଟରେ ରଥଯାତ୍ରା ପ୍ରସଙ୍ଗର ପୁନଃ ବିଚାର ବେଳେ ସରକାର ପୁରୀରେ ରଥଯାତ୍ରା କରାଇବାକୁ ଆଦେଶ ପାଇଁ ନିବେଦନ କରିବେ ବୋଲି କହିଛନ୍ତି । ଗଜପତି ମହାରାଜାଙ୍କ ଚିଠିକୁ ଆଧାର କରି ରାଜ୍ୟ ଆଇନ ବିଭାଗ ଏହି ନିଷ୍ପତ୍ତି ନେଇଥିବା ବିଜ୍ଞପ୍ତିରେ ଦର୍ଶାଇଛି ।

ତେବେ ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା କମିଟି ଅଧ୍ୟକ୍ଷ ଭାବେ ଗଜପତି ମହାରାଜା ବିନା ଭକ୍ତରେ ପୁରୀ ରଥଯାତ୍ରା କରାଇବାକୁ ରାଜ୍ୟ ସରକାରଙ୍କୁ ଦେଇଥିବା ଚିଠି ଆଧାରରେ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଏହାକୁ ସମୀକ୍ଷା କରି କୋର୍ଟରେ ନିଜର ଆଭିମୁଖ୍ୟକୁ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଜୁନ୍‌୧୮ ତାରିଖ ଦିନ ସୁପ୍ରିମ୍‌କୋର୍ଟ ପୁରୀରେ ରଥଯାତ୍ରାକୁ ନେଇ ବିଚାର ସମୟରେ ରାଜ୍ୟ ସରକାର ରଥଯାତ୍ରା ଦ୍ଵାରା ମହାମାରୀ ରାଜ୍ୟରେ ବ୍ୟାପକ ହେବାର ଆଶଙ୍କା ବ୍ୟକ୍ତ କରିଥିଲେ । ଯାହାକୁ ନେଇ କୋର୍ଟ ରାଜ୍ୟରେ ରଥଯାତ୍ରା ଉପରେ ନିଷିଦ୍ଧାଦେଶ ଜାରି କରିଥିଲେ । ପରେ ଜଗନ୍ନାଥ ପ୍ରେମୀଙ୍କ ଦ୍ୱାରା ସରକାର ସମାଲୋଚିତ ହୋଇଥିଲେ । ଏହାସହ ପ୍ରାୟ ୧୭ଟି ମୋଡିଫିକେସନ ପିଟିସନ ଦାଖଲ ହୋଇଥିବା ବେଳେ ଆସନ୍ତାକାଲି ରଥଯାତ୍ରା ଶୁଣାଣି ପୁଣିଥରେ କରିବେ ସୁପ୍ରିମକୋର୍ଟ ।  ତେବେ ଏହି ସମୟରେ ସରକାରଙ୍କ ୟୁ ଟର୍ଣ୍ଣ ଏବେ ସୁପ୍ରିମ୍‌କୋର୍ଟଙ୍କୁ ମଧ୍ୟ ଅଡ଼ୁଆରେ ପକାଇପାରେ । କାରଣ ସୁପ୍ରିମକୋର୍ଟକୁ ଯିବା ପୂର୍ବରୁ ବି ବିନା ଭକ୍ତରେ ରଥଯାତ୍ରା ହୋଇପାରିବ ବୋଲି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top