ନ୍ୟୁଜ୍

ଓଡ଼ିଶାରେ ପହଞ୍ଚିଲେ ଆଧ୍ୟତ୍ମିକ ଗୁରୁ ରବିଶଙ୍କର

Ravi shankar

ଭୁବନେଶ୍ୱର: ବିଶ୍ୱବିଖ୍ୟାତ ମାନଵବାଦୀ, ଆଧ୍ୟାତ୍ମିକ ଗୁରୁ ଏବଂ ଆର୍ଟ ଅଫ୍‌ ଲିଭିଂ ସଂସ୍ଥାର ପ୍ରତିଷ୍ଠାତା ରବିଶଙ୍କର ଚାରି ଦିନିଆ ଓଡିଶା ଗ୍ରସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି । ଆସନ୍ତା ୨୧ରେ ରବିଶଙ୍କର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, କଟକ ସାସଂଦ ଭର୍ତ୍ତୃହରି ମହତାବ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରୀଶ୍ରୀ ବିଶ୍ୱ ବିଦ୍ୟାଳୟର ପ୍ରଙ୍ଗଣରେ ଶ୍ରୀଶ୍ରୀ ଆୟୁର୍ବେଦ ଓ ଗବେଷଣା ଚିକିତ୍ସାଳୟର ଶିଳାନ୍ୟାସ ଉତ୍ସବରେ ଯୋଗଦେବେ । ଏହି ୪ ଦିନିଆ ଗସ୍ତରେ ସର୍ବ ଭାରତୀୟ ଅଗ୍ରଣୀ ଧ୍ୟାନ ଶିବିରକୁ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରୁ ସଂଚାଳନ କରିବେ ରବିଶଙ୍କର । ଏହା ସହ ୨୧ ରେ ଏକ ଏକୀକୃତ ସ୍ଵାସ୍ଥ୍ୟ ସମ୍ମିଳନୀର ସଂଚାଳନ ମଧ୍ୟ ସେ କରିବେ ।

Ravi shankar

ଏକ ବିଶେଷ ସମାବର୍ତ୍ତନ ଉତ୍ସବରେ ହେର୍ମାନ ଡିକ୍ରୁ, ପୂର୍ବତନ ବେଲଜେନ ସଂସଦର ପୂର୍ବତନ ସଦସ୍ୟ ଓ ରାଜ୍ୟପାହ୍ୟା ମନ୍ତ୍ରୀଙ୍କୁ ତାଙ୍କ ରାଜନୀତି, ଆଇନ ଓ ସମାଜ ସେବାରେ ବିଶେଷ ଅବଦାନ ପାଇଁ ଡକ୍ଟରେଟ ଡିଗ୍ରୀ ପ୍ରଦାନ କାରାଯିବ । ଏତଦ୍‌ ବ୍ୟତୀତ ପ୍ରତେକ ଦିନ ସନ୍ଧ୍ୟାରେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ସତସଙ୍ଗ ଓ ବିଭିନ୍ନ ଜ୍ଞାନ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top