ଅପରାଧ

ଜମି ବିବାଦ, ସମ୍ପର୍କୀୟଙ୍କ ଛୁରା ମାଡ଼ରେ ଟଳିପଡ଼ିଲେ କଂଗ୍ରେସ

BMP

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଧୀନ ଦଶମଇଲି ଛକ ଠାରେ  ଏକ ଅଭାବନୀୟ ଘଟଣା ଘଟିଛି । ବଣରାମ ଚନ୍ଦ୍ରପୁର ଗ୍ରାମର କଂଗ୍ରେସ ନାହାକ ଓ ସେହି ଗ୍ରାମର ତାଙ୍କର ସମ୍ପର୍କୀୟ ଭାଇ, ଜ୍ୱାଇଁ, ପୁତୁରା ବୋହୂଙ୍କ ମଧ୍ୟରେ ଦୀର୍ଘଦିନ ଧରି ଦଶମଇଲି ଛକ ନିକଟରେ ଗୋଚର ଜମିକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା ।

ସମ୍ପର୍କୀୟ ତୋଫାନ ନାହାକ, ପବିତ୍ର ନାହାକ, ବଗୁରୁ ନାହାକ ଦଶମଇଲି ଠାରେ ଥିବା କଂଗ୍ରେସ ନାହାକଙ୍କ ଜାଗାକୁ ନେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ । ଯାହା ଫଳରେ କର ଅବା ମର ପରିସ୍ଥିତିରେ ଜାଗାଟିକୁ ନିଜ ଅକ୍ତିଆରକୁ ନେବା ପାଇଁ ଆଜି ଏକତ୍ରିତ ହୋଇ କଂଗ୍ରେସ ନାହାକ ବାଟକୁ ଚାହିଁ ରହିଥିଲେ ।

କଂଗ୍ରେସ ମଟର ସାଇକେଲରେ କୌଣସି କାମରେ ଏକ ଗ୍ରାମକୁ ସେହି ରାସ୍ତା ଦେଇ  ଯାଉଥିବା ବେଳେ ଆଗରୁ ପ୍ରସ୍ତୁତ ହୋଇ ରହିଥିବା ସମ୍ପର୍କୀୟମାନେ ଲୁହା ରଡ ଓ ଛୁରୀରେ ମୁଣ୍ଡକୁ ପିଟିବା ସହ ପେଟରେ ଆଘାତ ଦେଇଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କଂଗ୍ରେସଙ୍କୁ ଛାଡ଼ି ପଳାଇଥିଲେ ସମ୍ପର୍କୀୟମାନେ ।

ସ୍ଥାନୀୟ ଲୋକେ 108 ଆମ୍ବୁଲାନ୍ସ ସହାୟତାରେ ପୋଲସରା ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ କଂଗ୍ରେସଙ୍କୁ ମୃତ ବୋଲି ଘୋଷଣା କରିଥିଲେ ଡାକ୍ତର । ଅନ୍ୟପଟେ ଖବର ପାଇ ପୋଲସରା ପୋଲିସ ଓ ପୁରୁଷୋତ୍ତମ ପୁର ଏସ. ଡ଼ି. ପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତ କଂଗ୍ରେସ ନାହାକଙ୍କ ଭଉଣୀ ଓ ମାଙ୍କୁ ପଚରା ଉଚରା କରିଥିଲା ।  ସେପଟେ ମାରିଥିବା ବ୍ୟକ୍ତିଙ୍କ ନାମରେ ମୃତ କଂଗ୍ରେସଙ୍କ ସ୍ତ୍ରୀ ଗୋଲାପ ନାହାକ ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୋଲସରା ପୋଲିସ କେଶ ନଂ 216/19 ରେ ଏକ ମାମଲା ରୁଜୁ କରିଛି । ଶବକୁ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଯାଇଥିବା ବେଳେ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top