ଟେକ୍ନୋଲୋଜି

ଲଞ୍ଚିଙ୍ଗ୍‌ର ୩ବର୍ଷ ପରେ ହଠାତ୍‌ କଲିଙ୍ଗ୍‌ର ପଇସା ନବ ଜିଓ, ଜାଣନ୍ତୁ ଏହାର କାରଣ

jio

ଅର୍ଗସ ବ୍ୟୁରୋ:  ଲଞ୍ଚିଙ୍ଗର 3 ବର୍ଷ ପରେ ହଠାତ୍‌ ରିଲାଏନ୍ସ ଜିଓ କଲିଙ୍ଗର ପଇସା ବସୁଲ କରିବ ଯାହା ବର୍ତ୍ତମାନ ଗ୍ରାହକମାନଙ୍କୁ ବହୁ ମାତ୍ରାରେ ଅସନ୍ତୋଷ କରିଛି ।   ଜିଓରୁ ଅଲଗା ନେଟଓ୍ୱର୍କକୁ ଫୋନ୍‌ କଲେ  ପ୍ରତି ମିନିଟ୍‌କୁ 6 ପଇସା କଟିବ ।  ଜିଓର କହିବା କଥା ଯେ,  ବର୍ତ୍ତମାନଠୁ ଗ୍ରାହାକମାନଙ୍କୁ ଜିଓରୁ ଅଲଗା ନେଟଓ୍ୱର୍କକୁ ଫୋନ୍‌ କରିବାକୁ ହେଲେ IUC ଟପ-ଅଫ ରିଚାର୍ଜ କରିବାକୁ ପଡ଼ିବ । ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରାହକମାନେ କେବଳ ଡ଼ାଟା ପାଇଁ  ରିଚାର୍ଜ କରୁଥିଲେ ଆଉ  ଏଥିରେ କଲିଙ୍ଗ୍‌, ଏସଏମଏସ୍ ଫ୍ରି ମିଳୁଥିଲା  । ହେଲେ ବର୍ତ୍ତମାନ ଜିଓ ର ଏହି ନୂଆ ନିୟମରେ   IUC ଟପ-ଅଫ ରିଚାର୍ଜ କରିବାକୁ ପଡ଼ିବ । ସୂଚନାମୁତାବକ ଯେ, ଟେଲିକମ୍‌ ସେକ୍ଟରେର ଜିଓର ପ୍ରବେଶ 2 ସେପ୍ଟେମ୍ବର 2016ରେ ହୋଇଥିଲା ।  ସେବେଠାର ଆଜି ପର୍ଯ୍ୟନ୍ତ କମ୍ପାନି କଲିଙ୍ଗ୍‌ର ଫ୍ରୀ ସେବା ଜୋଗାଇ ଆସୁଥିଲା ।

ଜିଓର ହଠାତ୍‌ ଏପରି ଶୁଳ୍କ ବଢାଇବାର କାରଣ ହେଉଛି  IUC  । IUC ଅର୍ଥାତ୍‌  ଇଣ୍ଟରକନେକ୍ଟ ୟୁଜେସ୍‌  ଚାର୍ଜ ।  ତେବେ କୌଣସି ଏକ ଟେଲିକମ୍‌ ନେଟଓ୍ୱର୍କରୁ ଅନ୍ୟ ନେଟଓ୍ୱର୍କରେ କଲ କରିଲେ ଟ୍ରାକ୍ ତରଫରୁ ନିର୍ଦ୍ଧାରିତ ହୋଇଥିବା ଫିସ୍‌କୁ କମ୍ପାନୀକୁ ଦବାକୁ ପଡିଥାଏ । ଏଥିରେ ଯେଉଁ ନେଟଓ୍ୱର୍କରୁ ଅନ୍ୟ ନେଟଓ୍ୱର୍କ କୁ ଆଉଟଗୋଇଙ୍ଗ୍‌ କଲ୍‌ କରାଯାଉଛି  ତାହାର IUC  ଫିସ୍‌ ଯେଉଁ ନେଟ୍‌ଓ୍ୱର୍କରୁ ଫୋନ୍‌ ଯାଉଛି ତାହାର କମ୍ପାନୀକୁ ଦବାକୁ ପଡିଥାଏ ।

ଟେଲିକମ୍‌ କମପାନୀଙ୍କର ପରସ୍ପରର ନେଟଓ୍ୱର୍କ ଉପରେ ଯାଉଥିବା କଳ୍‌ର ଆଧାରେର ଫସ୍‌ ଦବେକୁ ପଡିଥାଏ ।  ଏହିପାରି ଯଦି ସବୁ ନେଟଓ୍ୱର୍କରେ କଲ୍‌ର ସଖ୍ୟା  ବରାବର ହେବ ତେବେ ପ୍ରାଇଜ୍ ମଧ୍ୟ ବରାବର ରହିବ ।  କିନ୍ତୁ  ସନ୍ତୁଳନ ସେତେବଳେ ବିଫଳ ହୁଏ ଯେତେବେଳ  ଏକ ନେଟସ୍ୱର୍କରୁ ଅନ୍ୟ ନେଟଓ୍ୱର୍କୁ  ଅଧିକ କଲ  ଯିବ ଏବଂ କେବଳ  କୋଟିଏ ହିଁ ନେଟଓ୍ୱର୍କ କୁ  IUC  ଚରର୍ଜ ଅଧିକ  ଦେବାକୁ ପଡିଥାଏ ।

TRAI ତରଫରୁ 2017ରେ IUC  ଚାର୍ଜ 6 ପଇସା ପ୍ରତି ମିନିଟ୍‌ ବୋଲି ନଷ୍ପତ୍ତି କରାଯାଥିଲା  ଏବଂ କୁହାଯାଇଥିଲା 1 ଜାନୁଆାରୀ 2020  ପର୍ଯ୍ୟନ୍ତ ଏହାକୁ ଶେଷ  କରିଦିଆଯିବ । ଆଉ ସେତେବେଳେ ପ୍ରର୍ଯ୍ୟନ୍ତ କମ୍ପାନୀକୁ କଲିଙ୍ଗ  ଫ୍ରୀ ରଖାଯାଇଥିଲା ।  କିନ୍ତୁ ବର୍ତ୍ତମାନ TRAI ତରଫରୁ ରେବ୍ୟୁ ପାଇଁ  IUC ସହି ଯଡିତ କଶଲ୍ଟେଶନ୍‌  ପେପର ମାଗିଛି ଏବଂ  ଏହାର ଅବଧି ମଧ୍ୟ  ବଢାଇ ଦିଆଯାଇପାରେ ।   ତେବେ ଏହି କାରଣରୁ ସମସ୍ୟା ବଢିବାରୁ ଜିଓ ଫ୍ରୀ କଳିଙ୍ଗ ବନ୍ଦ କରିବାର ନିଷ୍ପତି ନେଇଛି । ତେବେ ଜିଓ କହିଛି ଯେ, ଏହି ନିଷ୍ପତ୍ତି ଏକ ଅସ୍ଥାୟୀ ନିଷ୍ପତି ଅଟେ ଆଉ IUC ସରିଲେ କଲିଙ୍ଗ କୁ ପୂର୍ବ ପରି ଫ୍ରୀ କରିଦିଆ ଯିବ । ତେବେ ଏଥିରୁ  ସ୍ପଷ୍ଟ ଯେ IUC ହିଁ ଜିଓର ଏହି ନିଷ୍ପତ୍ତି ପାଇଁ ମୁଖ୍ୟ କାରଣ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top