ଦେଶ

ଉଚ୍ଚମାନର କରୋନା ଭାଇରସ୍ ଟିକା ଉତ୍ପାଦନ ପାଇଁ ଭାରତ ଉପରେ ନିର୍ଭର କରୁଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଅର୍ଗସ ବ୍ୟୁରୋ : ଉଚ୍ଚମାନର କରୋନା ଭାଇରସ୍ ଟିକା ଉତ୍ପାଦନ ପାଇଁ ଭାରତ ଉପରେ ନିର୍ଭର କରୁଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। COVID-19 ସାମ୍ବାଦିକ ସମ୍ମିଳନୀରେ ଏକ ଜାତୀୟ ଗଣମାଧ୍ୟମ ଦ୍ଵାରା ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ WHO କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡିଆର ମାଇକେଲ ରିୟାନ୍ କହିଛନ୍ତି।

ସେ କହିଛନ୍ତି ଯେ, ଆମେ ଭାରତ ଉପରେ ନିର୍ଭରଶୀଳ। ଟିକା ଉତ୍ପାଦନ ପାଇଁ ଭାରତ ନିକଟରେ ବୃହତ କ୍ଷମତା ଅଛି। ଭାରତ ଉଚ୍ଚମାନର ଟିକା ଉତ୍ପାଦନ କରେ ଯାହା ସମଗ୍ର ବିଶ୍ୱରେ ବିତରଣ କରାଯାଇଥାଏ ବୋଲି ଡକ୍ଟର ରିୟାନ୍ WHO ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ କହିଛନ୍ତି। ସମଗ୍ର ବିଶ୍ୱରେ 5 ମିଲିୟନରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଥିବା COVID-19 ମହାମାରୀର ମୁକାବିଲା ପାଇଁ ସେ ଭାରତର ଉଦ୍ୟମକୁ ପ୍ରଶଂସା ମଧ୍ୟ କରିଛନ୍ତି।

ସେ ପୁଣି କହିଛନ୍ତି ଯେ, “ମହାମାରୀର ମୁକାବିଲା ପାଇଁ ତଥା ଏହାର ନିୟନ୍ତ୍ରଣ କରିବାରେ ଭାରତ ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ବହୁତ ଭଲ କାମ ଜାରି ରଖିଛି। ତେବେ ଏଭଳି ସଙ୍କଟପୂର୍ଣ୍ଣ ସ୍ଥିତିରେ ଟିକା ପରୀକ୍ଷଣ ପାଇଁ WHO ସମସ୍ତ ଦେଶକୁ ସହାୟତା ଯୋଗାଇବା ଜାରି ରଖିଛି। ଆମର ଆଞ୍ଚଳିକ ନିର୍ଦ୍ଦେଶକ ପୁନମ ସିଂଙ୍କ ନେତୃତ୍ୱରେ ଦିଲ୍ଲୀରେ ଅବସ୍ଥିତ ଆମର ଆଞ୍ଚଳିକ କାର୍ଯ୍ୟାଳୟରୁ ଆମେ ଭାରତକୁ ବୈଷୟିକ ଏବଂ ବୈଜ୍ଞାନିକ ସହାୟତା ପ୍ରଦାନ ଜାରି ରଖିଛୁ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top