ଅପରାଧ

ମହିଳା ଓଏଏସ୍‌ ଅଧିକାରୀଙ୍କୁ ଅସଦାଚରଣ କରି ରେଙ୍ଗାଲିର ଅତିରିକ୍ତ ତହସିଲଦାର ଗିରଫ

arrest

ସମ୍ବଲପୁର: ସମ୍ବଲପୁରର ଜଣେ ମହିଳା ଓଏଏସ୍‌ ଅଧିକାରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ସମ୍ବଲପୁର ରେଙ୍ଗାଲି ତହସିଲର ଅତିରିକ୍ତ ତହସିଲଦାର ପ୍ରଫୁଲ୍ଲ ବେହେରା । ସମ୍ବଲପୁର ଧନୁପାଲି ପୋଲିସ ତାଙ୍କୁ ଗିରଫ କରିଛି ।

ରେଙ୍ଗାଲିର ଅତିରିକ୍ତ ତହସିଲଦାର ପ୍ରଫୁଲ୍ଲ ବେହେରା ବିଗତ କିଛି ଦିନ ହେଲା ସମ୍ବଲପୁର ନିକଟସ୍ଥ ଏକ ବ୍ଲକରେ କାର୍ଯ୍ୟରତ ଥିବା ଜଣେ ମହିଳା ଓଏଏସ୍‌ ଅଫିସରଙ୍କୁ ଅଶ୍ଳୀଳ ମେସେଜ୍ ଓ ଅଶାଳୀନ ଇଙ୍ଗିତ କରିଆସୁଥିଲେ ବୋଲି ଅଭିଯୋଗ ହୋଇଛି । ତେବେ ଗତକାଲି ସନ୍ଧ୍ୟାରେ ମହିଳାଙ୍କ ସମ୍ବଲପୁର ସ୍ଥିତ ଭଡ଼ା ଘରକୁ ଅଭିଯୁକ୍ତ ଅତିରିକ୍ତ ତହସିଲଦାର ଆସି ତାଙ୍କୁ ଅସଦାଚରଣ କରିଥିଲେ । ଏନେଇ ଧନୁପାଲି ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ଅତିରିକ୍ତ ତହସିଲଦାରଙ୍କୁ ଗିରଫ କରିଛି ପୋଲିସ । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top