ନ୍ୟୁଜ୍

ନିଖୋଜ ଝିଅର ପତ୍ତାମିଳୁନି, ଉଦ୍ଧାର କରିବାଲାଗି ନିୟୋଜିତ ହୋଇଛନ୍ତି ଅଗ୍ନିଶମ କର୍ମଚାରୀ

sambalpur

ସମ୍ବଲପୁର:  ଗତକାଲି ସମ୍ବଲପୁର ସହରରେ ୬ ଜଣ ଝିଅ ମହାନଦୀର ପ୍ରଖର ସୁଅରେ ଭାସି ଯାଇଥିଲେ। ଏଥିରେ ୫ ଜଣ ଝିଅଙ୍କୁ ଉଦ୍ଧାର କରାଯାଇଥିବାବେଳେ  ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ ଜଣେ ନିଖୋଜ ଅଛନ୍ତି । ଆଜି ପୁଣି ନିଖୋଜ ଝିଅକୁ ଉଦ୍ଧାର କରିବା ଲାଗି ଅଗ୍ନିଶମ  କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି ବୋଲି ଜଣାଯାଇଛି ।

ସୂଚନାନୁସାରେ, ରବିବାର ଦିନ ପ୍ରାୟ ୧୧ଟା ବେଳେ ବଡ଼ବଜାର ସଡ଼କ ଘାଟରେ ଗାଧୋଉଥିବା ବେଳେ ବଡ଼ବଜାର ଧୋବାପଡ଼ା ଓ ସାହେବ ବଙ୍ଗଳା ପଡ଼ାର ୬ ଜଣ ଝିଅ ମହାନଦୀର ପ୍ରଖର ସୁଅରେ ଭାସି ଯାଇଥିଲେ।  ତୁଳସୀ ଉଚରା ନିକଟରେ ପୂଜା କରିବା ସହ ଛିଡ଼ା ହୋଇ ପାଣିର ମଜା ନେଉଥିଲେ। ସଡ଼କ ଘାଟର କିଛି ଅଂଶ ଭାଙ୍ଗି ଯାଇଥିବାରୁ ହଠାତ୍ ଶ୍ରୁତିଙ୍କ ଗୋଡ଼ ଖସିଯାଇଥିଲା ଓ ସେ ତଳକୁ ପଡ଼ି ଯାଇଥିଲେ। ଶ୍ରୁତି ପାଣିକୁ ଖସି ପଡ଼ିବା ଦେଖି ଉଭଣୀ ସୁପ୍ରିୟା ପ୍ରଥମେ ତଳକୁ ଡେଇଁ ପଡ଼ିଥିଲେ। ଏହା ଦେଖି ରାନୀ, ରିୟା, ଆଶା ଓ ପିଙ୍କି ମଧ୍ୟ ପାଣିକୁ ଡେଇଁ ପଡ଼ିଥିଲେ। ପାଣିର ସ୍ରୋତ ଅଧିକ ଥିବାରୁ ସମସ୍ତ ୬ ଝିଅ ଭାସି ଯାଇଥିଲେ। ପ୍ରାୟ ୧୦୦ ମିଟର ଦୂରରେ ଥିବା ଏକ ବଡ଼ ପଥରକୁ ଧରି ସବୁ ଝିଅ ଅଟକି ଯାଇଥିଲେ। କିନ୍ତୁ ପିଙ୍କି ପହଁରା ଜାଣି ନଥିବାରୁ ବୁଡ଼ି ଯାଇଥିଲେ। ପଥରରେ ଲାଖି ରହିବା ସହ ଅନ୍ୟ ଝିଅମାନେ ଉଦ୍ଧାର କରିବାକୁ ଚିତ୍କାର କରିଥିଲେ।  ପରେ ତାଙ୍କୁ ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top