ଦେଶ

ପାଣି ଟାଙ୍କିରେ ଗଳି ପଡ଼ିଲେ ହାତୀ ଓ ହାତୀ ଛୁଆ: ସେନା ଦେଖାଇଲା ଦମ୍‌

elephant

ଅର୍ଗସ ବ୍ୟୁରୋ:ପାଣି ଟାଙ୍କରେ ଗଳି ପଡ଼ିଲେ ହାତୀ ଓ ହାତୀ ଛୁଆ। ରବିବାର ସକାଳେ ଗୁଓ୍ୱାହାଟୀର ସେନା କ୍ୟାମ୍ପରେ ଥିବା ଏକ ପାଣି ଟାଙ୍କିରେ ହାତୀ ଓ ହାତୀ ଛୁଆ ପଡିଯାଇଥିଲେ । ଭାରତୀୟ ସେନା ଓ ଆସାମ ବନ ବିଭାଗ ପଡିଯାଇଥିବା ଏହି ଦୁଇ ହାତୀଙ୍କୁ ଉଦ୍ଧାର କରିଛି । ଘଟଣାଟି ଗୁଓ୍ୱାହାଟୀର ନାରେଙ୍ଗ ଅଞ୍ଚଳରେ ଥିବା ସେନା କ୍ୟାମ୍ପରେ ଘଟିଛି । ସୂଚନାମୁତାବକ ଏହି ହାତୀ ଦୁଇଟି ଗୋଠରୁ ଅଲଗା ହୋଇଯାଇଥିଲେ । ଏହି ସମୟରେ ତାଙ୍କୁ ଶୋଶ ଲାଗିବାରୁ ପାଣି ପିଇବାକୁ ପହଞ୍ଚିଥିଲେ ଉକ୍ତ ପାଣି ଟ୍ୟାଙ୍କ ନିକଟରେ ।

elephant

ତେବେ ପାଣି ପିିଇବା ସମୟରେ ଏହି ଦୁଇ ହାତୀ ପଡିଯାଥିଲେ ପାଣି ଟାଙ୍କୀରେ । ସେନାଙ୍କ ନଜରରେ  ପଡିଥିଲା ଏହି ଘଟଣା । ସେନା ତୁରନ୍ତ ଅଧିକାରୀମାନଙ୍କୁ ଓ ବନ ବିଭାର କର୍ମଚାରୀଙ୍କୁ ସୂଚନା ଦେଇଥିଲା । ଏହାପରେ ବନ ବିଭାଗ କର୍ମଚାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । ଯବାନ ଓ ବନ ବିଭାଗ ଜେସିବି, ରସି ଓ ଅନ୍ୟ ଜିନିଷର ସାହାଯ୍ୟରେ ଏହି ଦୁଇ ହାତୀଙ୍କୁ ସୁରକ୍ଷିତ ଭାବେ ପାଣି ଟାଙ୍କରୁ ଉଦ୍ଧାର କରିଥିଲେ । ଏହି ଉଦ୍ଧାର କାର୍ଯ୍ୟ ପାଖାପାଖି 2 ଘଣ୍ଟା ଚାଲିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top