ନ୍ୟୁଜ୍

ହାଇସ୍କୁଲ ପରିସରରୁ କଲେଜ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର

dead

ନବରଙ୍ଗପୁର: ହାଇସ୍କୁଲ ପରିସରରୁ କଲେଜ ଛାତ୍ରୀଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି । ପ୍ରେମ ସଂପର୍କ ପାଇଁ ହତ୍ୟା କରାଯାଇଥିବା ନେଇ ପରିବାର ସଦସ୍ୟ ଅଭିଯୋଗ ଆଣିଛନ୍ତି । ଏନେଇ ସଂପର୍କୀୟ ଦାଦାଙ୍କୁ ଅଟକ ରଖାଯାଇଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଗୁମ୍ମାର ଅଞ୍ଚଳରେ ।

ତେବେ ହତ୍ୟାର ସଠିକ କାରଣ ଜଣାପଡ଼ିନଥିଲେ ମଧ୍ୟ ପ୍ରେମ ସଂପର୍କକୁ ନେଇ ହତ୍ୟା କରାଯାଇଛି ବୋଲି ପରିବାର ସଦସ୍ୟ ସନ୍ଦେହ କରିଛନ୍ତି ।  ଏ ଘଟଣା ଉପରେ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top