X
Breaking News
ଟେକ୍ନୋଲୋଜି

ରେପୋ ରେଟ୍‌ରେ ୩୫ ବେସିସ ପଏଣ୍ଟ ହ୍ରାସ ପାଇଛି, ଶସ୍ତା ହୋଇପାରେ ଗୃହ ଓ କାର ଋଣ

ଅର୍ଗସବ୍ୟୁରୋ: ଲଗାତାର ୪ର୍ଥ ଥର ପାଇଁ ରେପୋ ରେଟ୍ ହ୍ରାସ ଘଟିଛି । ଏହା ହ୍ରାସ ପାଇ ରେପୋ ରେଟ୍ ୫.୪୦%ରେ ପହଞ୍ଚିଲା । ଲଗାତାର ଚତୁର୍ଥ ଥର ପାଇଁ ରେପୋରେଟ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍‌ରେ ୩୫ ବେସିସ୍ ପଏଂଟ ବା ୫.୪୦ ପ୍ରତିଶତ ହ୍ରାସ କରିଛି ଆରବିଆଇ । ଏବେ ରେପୋ ରେଟ୍ ୭ ପ୍ରତିଶତରୁ ହ୍ରାସ ହୋଇ ୬ଦଶମିକ ୯ ପ୍ରତିଶତ କରି ଦିଆଯାଇଛି । ରେପୋ ରେଟ୍‌ କମିବା ପରେ କମିବ ସୁଧହାର ।

ଯାହାର ଫାଇଦା ଲୋକମାନେ ସିଧାସଳଖ ପାଇପାରିବେ । ଯାହାଦ୍ୱାରା ଏବେ ଗୃହ ଋଣ ଓ କାର୍ ଋଣ ଇଏମ୍ଆଇ କମ୍ ହେବ । ଆର୍ଥିକ ସଙ୍କଟ ବେଳେ ଯେତେବେଳେ ଆରବିଆଇ ଅନ୍ୟ ବ୍ୟାଙ୍କମାନଙ୍କୁ ଲୋନ୍ ଦେଇଥାଏ ତାକୁ ରେପୋରେଟ କୁହାଯାଇଥାଏ । ବ୍ୟାଙ୍କମାନଙ୍କ ପାଖରେ ଫଣ୍ଡ୍‌ର ଅଭାବ ହେଲେ ତାହାକୁ ପୂରଣ କରିବା ଲାଗି ଆରବିଆଇ ଠାରୁ ଲୋନ୍ ଆଣିଥାନ୍ତି । ସେହିପରି ଆରବିଆଇ ବ୍ୟାଙ୍କମାନଙ୍କୁ ଦେଉଥିବା ଲୋନ ଫିକ୍ସିଡ଼୍ ଏମାଉଂଟ ଦେଇଥାଏ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top