ଅପରାଧ

ପତ୍ନୀକୁ ୩୦୦ ଖଣ୍ଡ କରିଥିବା କର୍ଣ୍ଣେଲକୁ ଆଜୀବନ କାରାଦଣ୍ଡ

Karnal

ଭୁବନେଶ୍ୱର: ସ୍ତ୍ରୀକୁ 300 ଖଣ୍ଡ କରି ଫ୍ରିଜ୍‌ରେ ରଖିଥିବା କର୍ଣ୍ଣେଲକୁ ଆଜୀବନ କାରାଦଣ୍ଡ । ଏନେଇ ଆଜି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ ରାୟ ଶୁଣାଇଛନ୍ତି । ୨୦୧୩ରେ ଭୁବନେଶ୍ୱରର ନୟାପଲ୍ଲୀ ଆଇଆରସି ଭିଲେଜ ଅଞ୍ଚଳରେ ରହୁଥିବା ଏହି ରିଟାର୍ଡ କର୍ଣ୍ଣେଲ ଜଣକ ନିଜ ସ୍ତ୍ରୀକୁ ହତ୍ୟା କରି କରତ, କଇଁଚି, ଛୁରୀ ଆଦି ବିଭିନ୍ନ ସାମଗ୍ରୀ ଦ୍ୱାରା 300 ଖଣ୍ଡ କରି ଫ୍ରିଜ୍‌, ବାକ୍ସ ଏବଂ ଟିଫିନ୍‌ ଆଦିରେ ରଖିଥିଲା । ଆଉ ଏହି ଘଟଣା ପ୍ରଘଟ ହେବା ପରେ ରାଜଧାନୀ ସମେତ ସାରା ଓଡ଼ିଶାରେ ଚାଞ୍ଚଲ୍ୟ ଖାଳି ଯାଇଥିଲା । ଏମିତିକି ଏହି ଘଟଣାକୁ ନେଇ ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ଚାଲିଥିଲା । ଏହି କର୍ଣ୍ଣେଲ ଜଣକ ହେଉଛନ୍ତି ସୋମନାଥ ପରିଡ଼ା । ତାଙ୍କ ପତ୍ନୀ ହେଉଛନ୍ତି ଉଷାଶ୍ରୀ ପରିଡା ।

Karnal

ଦିର୍ଘ ୭ ବର୍ଷ ପରେ ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ବିଚାର କରାଯାଇ ରାୟ ପ୍ରକାଶ ପାଇଛି । ଶେଷ ପର୍ଯ୍ୟନ୍ତ ନିଜକୁ ନିର୍ଦ୍ଦୋଷ ବୋଲି କହୁଥିବା ପତ୍ନୀହନ୍ତା କର୍ଣ୍ଣେଲକୁ ଆଜି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଚନ୍ତି । ଏହାସହ ୫୦ ହଜାର ଟଙ୍କାର ଜୋରିମାନା ପୈଠ କରିବାକୁ ନିର୍ଦେଶ ଦେଇଛନ୍ତି ।

୨୦୧୩ ଜୁନ୍ ୨୧ ତାରିଖ ଏହି ଖବର ସାମ୍ନାକୁ ଆସିଥିଲା । ପ୍ରଥମେ ସୋମନାଥ ପୋଲିସକୁ କହିଥିଲା ସେ ହତ୍ୟା କରିନାହାନ୍ତି ବରଂ ତାଙ୍କ ପତ୍ନୀ ଉଷାଶ୍ରୀ ଆତ୍ମହତ୍ୟା କରିଛନ୍ତି । ସେ କେବଳ ତାଙ୍କ ମୃତଦେହକୁ ଶିରିଡ଼ିରେ ସତ୍କାର କରିବାକୁ ଖଣ୍ଡଖଣ୍ଡ କରି କାଟିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top