ମନୋରଞ୍ଜନ

ଭଂଶାଲୀଙ୍କ ନୂଆ ଫିଲ୍ମରେ ନଜର ଆସିବେ ଏହି ଦୁଇ ଯୋଡ଼ି

Film
Courtesy: timesofindia.indiatimes.com

ମୁମ୍ବାଇ:  ସଞ୍ଜୟ ଲୀଲା ଭଂଶାଲୀଙ୍କ ନୂଆ ଫିଲ୍ମରେ ଦର୍ଶନ ଦେଖିବାକୁ ପାଇବେ ନୂଆ ଯୋଡି । ସୂଚନାନୁସାରେ, ଫିଲ୍ମଟିର ନାଁ ହେଉଛି ‘ଗଙ୍ଗୁବାଇ’। ଏହି ଦୁଇ ଯୋଡି ହେଲେ ଆଲିଆ ଭଟ୍ଟ ଓ କାର୍ତ୍ତିକ୍‌ ଆରୟାନ୍‌ । ଏହି ନୂଆ ଯୋଡିକୁ ପରଦା ଉପରକୁ ଆଣିବା ପାଇଁ ଯୋଜନା କରୁଛନ୍ତି ଭଂଶାଲୀ । ଫିଲ୍ମ ‘ପ୍ୟାର୍‌ କା ପଞ୍ଚନାମା’(୨୦୧୧)ରୁ ଡେବ୍ୟୁ କରିଥିବା କାର୍ତ୍ତିକ୍‌ଙ୍କର ଏହା ପ୍ରଥମ ଫିଲ୍ମ ହେବ ଯେଉଁଥିରେ ସେ ଜଣେ ଆଗଧାଡ଼ି ଅଭିନେତ୍ରୀ ସହ କାମ କରିବେ। ଏହା ବ୍ୟତୀତ ଯଦି ଏହି ଖବର ସତ ହୁଏ ତେବେ ‘ଗଙ୍ଗୁବାଈ’ ଉଭୟ ଆଲିଆ ଓ କାର୍ତ୍ତିକ୍‌ଙ୍କର ଭଂଶାଲୀଙ୍କ ସହ ପ୍ରଥମ ଫିଲ୍ମ ହେବ। ଉଭୟ ଏଥିପାଇଁ ବେଶ୍‌ ଉତ୍ସାହିତ ଅଛନ୍ତି।

Film

Courtesy: www.news18.com

ସୂଚନାଯୋଗ୍ୟ, ‘ଗଙ୍ଗୁବାଈ’ ଲେଖକ ହୁସେନ୍‌ ଜୈଦିଙ୍କ ବହି ‘ମାଫିଆ କ୍ୱିନ୍ସ ଅଫ୍‌ ମୁମ୍ବାଇ’ର ଏକ ଅଧ୍ୟାୟ ଉପରେ ଆଧାରିତ। ଫିଲ୍ମରେ କମାଠିପୁରର ମୁଖିଆ ଗଙ୍ଗୁବାଈ କୋଠେବାଲି ନାମକ ଜଣେ ମହିଳାଙ୍କ କାହାଣୀ ଦେଖାଯିବ। ପୂର୍ବରୁ ଖବର ମିଳିଥିଲା ଯେ ଏହି ଫିଲ୍ମରେ ଭଂଶାଲୀ ପ୍ରିୟଙ୍କା ଚୋପ୍ରାଙ୍କୁ ନେବାକୁ ଚାହୁଁଥିଲେ। ହେଲେ କୌଣସି କାରଣରୁ ପ୍ରିୟଙ୍କା ଏହି ଫିଲ୍ମରେ କାମ କରିବାକୁ ମନାକଲେ। ଏବେ ଏହି ଫିଲ୍ମରେ ଆଲିଆ ଓ କାର୍ତ୍ତିକ୍‌ଙ୍କ ନୂଆ ଯୋଡ଼ି ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top