ଅପରାଧ

ଜିଲ୍ଲାପାଳଙ୍କ ରଙ୍ଗଶାଳା ରକ୍ଷା କରିବା ଚାଲ୍‌ ବିଫଳ !

ଭୁବନେଶ୍ୱର:  ଧରା ପଡିଲା ଜିଲ୍ଲାପାଳଙ୍କ ରଙ୍ଗଶାଳା ପ୍ରୀତି । ଏସପିଙ୍କ ପରେ ଏବେ ରଙ୍ଗଶାଳାକୁ ନେଇ ସ୍କାନରରେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ । ଜିଲ୍ଲାପାଳଙ୍କୁ ନିଜ ଦାୟୀତ୍ୱର ପାଠ ପଢାଇଛନ୍ତି ରାଜସ୍ୱ ବିଭାଗ ସହସଚିବ ଅଭୟ ନାୟକ ।

ସଂପୂର୍ଣ୍ଣ ବେଆଇନ୍ ଜମି ଉପରେ  ନିର୍ମାଣ କରାଯାଇଥିବା ରଙ୍ଗଶାଳାକୁ ଭାଙ୍ଗିବାକୁ ଅନୁମତି ଅନାବଶ୍ୟକ ବୋଲି କହିଛନ୍ତି ସଚିବ ଅଭୟ ନାୟକ  । ଏପରିକି ଏହାର କୌଣସି ବିକଳ୍ପ ନାହିଁ ବୋଲି ମଧ୍ୟ ସିଧା ସିଧା ଚିଠିରେ ଲେଖା ହୋଇଛି  । ଓଡିଶା ପ୍ରିଭେନସନ୍ ଅଫ୍ ଲ୍ୟାଣ୍ଡ ଏନକ୍ରୋଚମେଣ୍ଟ ଆକ୍ଟ 1972 ଅନୁସାରେ କେବଳ ଭୂମିହୀନଙ୍କୁ ଛାଡି ଦେଲେ ସମସ୍ତ ବେଆଇନ୍ ଜବରଦଖଲକୁ ଭଙ୍ଗା ହେବାର କଠୋର ନିୟମ ରହିଥିବା ସଚିବ ନିଜ ଚିଠିରେ ଲେଖିଛନ୍ତି  । ଏହାସହ ଯେହେତୁ ଉକ୍ତ ଘରଟି ଏବେ ତଦନ୍ତ ପରିସରଭୁକ୍ତ ଅଛି ତେବେ କୋର୍ଟ ଏବଂ ତଦନ୍ତକାରୀ ଏଜେନ୍ସି ପାଖରୁ ଅନୁମତି ନେଇ ଭଙ୍ଗାଯାଇପାରିବ । ନଚେତ ହଠାତ ଭାଙ୍ଗିଲେ ପ୍ରମାଣ ପତ୍ର ନଷ୍ଟ ନେଇ ପରବର୍ତ୍ତୀ ଅସୁବିଧା ଆସିପାରେ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି ଅଭୟ ନାୟକ  ।

ତେବେ ପ୍ରଶ୍ନ ଉଠୁଛି , କେଉଁ ଚାପରେ ଏବଂ କେଉଁ ପରିସ୍ଥିତିରେ ଜିଲ୍ଲାପାଳ ତାଙ୍କ ଦାୟୀତ୍ୱ ଭୁଲିଗଲେ  ? କାହିଁକି ହଠାତ୍ ରଙ୍ଗଶାଳାକୁ ରକ୍ଷା କରିବା ପାଇଁ ଜିଲ୍ଲାପାଳଙ୍କ ବିକଳ୍ପ ବ୍ୟବସ୍ଥା କଥା ମନେ ପଡିଲା ? ସ୍ମିତାରାଣୀ ମୃତ୍ୟୁ ରହସ୍ୟର  ମୁକଶାକ୍ଷୀ ରଙ୍ଗଶାଳା ଥିବା ବେଳେ ପୋଲିସ ପରିବର୍ତ୍ତେ ବିଭାଗୀୟ ଅନୁମତି କାହିଁକି ନେଇଥିଲେ ଜିଲ୍ଲାପାଳ ? ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ୍ କାହା ଚାପରେ ଏବଂ କେଉଁ ସ୍ବାର୍ଥରେ ଜିଲ୍ଲାପାଳ ରଙ୍ଗଶାଳାକୁ ନ ଭାଙ୍ଗି ସେଠାରେ ପ୍ଲବିକ୍ ଲାଇବ୍ରେରୀ ଓ ବୃଦ୍ଧାଶ୍ରମ କରିବାକୁ ପ୍ରସ୍ତାବ ଦେଇଥିଲେ  ?

Click to comment

Leave a Reply

Your email address will not be published. Required fields are marked *

Most Popular

To Top