ମନୋରଞ୍ଜନ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଟ୍ୱିଟ୍‌ର ୱାର୍‌, କରଣ ଜୋହର ଓ ଆଲିଆଙ୍କୁ ନେଇ ଚର୍ଚ୍ଚା ଜୋର

ଅର୍ଗସ ବ୍ୟୁରୋ: ଚାଲିଗଲେ ସୁଶାନ୍ତ ସିଂ ରାଜପୁତ ଆଉ ପୋଲ ଖୋଲିଦେଲେ ବଲିଉଡରେ ଚାଲିଥିବା କଛି ଘଟଣାର । କିଛି ପ୍ରଭାବଶାଳୀ ନିର୍ଦ୍ଦେଶକ, ପ୍ରଯୋଜକ ଆଉ ଅଭିନେତାଙ୍କ ପ୍ରଭାବ ଏତେ ଅଧିକ ଯେ ‘ନେପୋଟିଜିମ୍‌’ରୁ ମୁକୁଳିପାରୁନି ବଲିଉଡ । ଏପରିକି ସୁଶାନ୍ତଙ୍କୁ ବଲିଉଡ ନିଜର ପରିବାର ବୋଲି ମଧ୍ୟ ଗ୍ରହଣ କରିପାରିନଥିଲା । ଏକଥା ସେ ନିଜେ ସ୍ୱିକାର ମଧ୍ୟ କରିଥିଲେ । ଡିପ୍ରେସନ୍‌ ଯୋଗୁଁ ସୁଶାନ୍ତ ଆତ୍ମହତ୍ୟା କଲେ ବୋଲି ଚର୍ଚ୍ଚା ଚାଲିଛି । ସେପଟେ କିଛି କୁମ୍ଭୀର କାନ୍ଦଣା ମଧ୍ୟ କାନ୍ଦୁଛନ୍ତି । ଠିକ୍‌ ଏତିକି ବେଳେ କଙ୍ଗନା ରଣାୱତ ସତ ଉପରୁ ପରଦା ଉଠାଇ ଏହାକୁ ଏକ ‘ପ୍ଲାନଡ୍‌ ମର୍ଡର’ ବୋଲି କହିଥିଲେ । ଠିକ୍‌ ଯେମିତି ଥ୍ରି ଇଡିଅଟ୍‌ସ୍‌ ଫିଲ୍ମରେ ଅମିର ଖାନ୍‌ ‘ଭାଇରସ୍‌’ (ବମନ୍‌ ଇରାନୀ)ଙ୍କୁ କହିଥିଲେ ‘ଏହା ଆତ୍ମହତ୍ୟା ନୁହେଁ ମର୍ଡର’ ।

ଚଳିତ ବର୍ଷ ଫେବ୍ରୁଆରୀ 20ରେ କେଆରକେ ବକ୍ସ ଅଫିସ୍‌ର ଟ୍ୱିଟ୍‌ର ହ୍ୟାଣ୍ଡଲରେ ହୋଇଥିବା ଏକ ଟ୍ୱିଟ ବୟାନ କରୁଛି ସୁଶାନ୍ତଙ୍କ ଉପରେ କିଭଳି ପ୍ରଭାବଶାଳୀ ବଲିଉଡ ଅଭିନେତା, ପ୍ରଯୋଜକ ଏବଂ ନିର୍ଦ୍ଦେଶକଙ୍କ ଚାପ ରହିଥିଲା । ସେଥିରେ ଟ୍ୱିଟ୍‌ ହୋଇଥିଲ, ଧର୍ମା, ସାଜିଦ ନଡିୱାଡୱାଲା, ୟଶ୍‌ ରାଜ୍‌ ଫିଲ୍ମସ୍‌, ଦିନେଶ ବିଜନ, ବାଲାଜି ଏମାନେ ସୁଶାନ୍ତ ସିଂ ରାଜପୁତଙ୍କୁ ବ୍ୟାନ କରିଥିଲେ । ଏମିତି ମଧ୍ୟ ଶୁଣିବାକୁ ମିଳୁଛି ତାଙ୍କୁ ଏବେ ଏବେ ମିଳିଥିବା 8ଟି ଫିଲ୍ମ ଅଫର ମଧ୍ୟରୁ 6ଟି ତାଙ୍କଠୁ ଛଡ଼ାଇ ନେଇ ଷ୍ଟାର କିଡ୍‌ଙ୍କୁ ଦେଇପାରନ୍ତି ଜଣେ ଜଣାଶୁଣା ନିର୍ଦ୍ଦେଶକ ତଥା ପ୍ରଯୋଜକ ।

ଏବେ ସୋସିଆଲ ମିଡିଆରେ ବିଶେଷକରି ‘ନେପୋଟିଜିମ୍‌’କୁ ନେଇ କରନ୍‌ ଜୋହରଙ୍କୁ ଟାର୍ଗେଟ କରିଛନ୍ତି ସୁଶାନ୍ତଙ୍କ ଫ୍ୟାନ୍ସ । ବିଶେଷ କରି ଟାଲେଣ୍ଟକୁ ଚିହ୍ନୁଥିବା ଲୋକେ । ସୁଶାନ୍ତଙ୍କ ଗୋଟିଏ ଟ୍ୱିଟ୍‌ ମଧ୍ୟ ଭାଇରାଲ ହୋଇଛି ଯେଉଁଥିରେ ଜଣେ ଦର୍ଶକଙ୍କୁ ସେ ତାଙ୍କ ଫିଲ୍ମ ଦେଖିବାକୁ କହିଛନ୍ତି । ଏହାସହ କହିଛନ୍ତି ଯଦି ଆପଣ ନଦେଖିବେ ତେବେ ମୋତେ ବଲିଉଡରୁ ବିଦା କରିଦେବେ । ଏମିତି ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି, କୌଣସି ଏକ ସାମ୍ବାଦିକ ସମ୍ମଳନୀରେ ‘ନେପୋଟିଜିମ୍‌’ ଉପରେ ଟିପ୍ପଣୀ ଦେଉଥିବା ବେଳେ ସୁଶାନ୍ତଙ୍କ ଭାବଭଙ୍ଗୀ ଅତ୍ୟନ୍ତ ଭାବୁକ ଥିଲା ।

ସେ ଯାହା ହେଉ ଆଜି କଙ୍ଗନା ଦେଇଥିବା ମନ୍ତବ୍ୟ ଅନୁସାରେ ସାରା ଭାରତରେ ଜଣେ ଇଞ୍ଜିନିୟରିଂ ରାଙ୍କ ହୋଲଡର କେବେ ଆତ୍ମହତ୍ୟା କରିପାରିବେନି । ଏହା ଆତ୍ମହତ୍ୟ ନୁହେଁ, ପ୍ଲାନ ମର୍ଡର ବୋଲି କହିଥିଲେ କଙ୍ଗନା । ସେପଟେ ସୁଶାନ୍ତଙ୍କ ମୃତ୍ୟୁରେ କରନ ଜୋହର ଓ ଷ୍ଟାର କିଡ ଆଲିଆ ଦୁଃଖ ପ୍ରକାଶ କରିଥିଲେ । ସେମାନଙ୍କ ମନ୍ତବ୍ୟକୁ ‘କୁମ୍ଭୀର କାନ୍ଦଣା’ ରୂପେ ଅଭିହିତ କରିଛନ୍ତି ୟୁଜର ।  ତେବେ ସୁଇସାଇଡ୍‌ କାହିଁକି ? ସୁଇସାଇଡ୍‌ ନା ମର୍ଡର ?

Click to comment

Leave a Reply

Your email address will not be published. Required fields are marked *

Most Popular

To Top