ଖେଳ

ବାମ ହାତୀ ବ୍ୟାଟସମାନ ହୋଇଥିବାରୁ ପନ୍ଥକୁ ବେଶି ସୁଯୋଗ ମିଳୁଛି : ବିଜୁ ଜର୍ଜ

ଅର୍ଗସ ବ୍ୟୁରୋ: ଭାରତୀୟ ଦଳର ଯୁବ wicket କିପର ବ୍ୟାଟସମାନ ରିଷଭ ପନ୍ଥ ବାମହାତି ବ୍ୟାଟସମାନ ହୋଇଥିବାରୁ ତାଙ୍କୁ ଭାରତୀୟ ଦଳରେ ଅଧିକ ସୁଯୋଗ ମିଳୁଛି ବୋଲି କହିଛନ୍ତି କେରଳ ଟିମର wicket କିପର ସଂଜୁ ସାମସନଙ୍କ କୋଚ ବିଜୁ ଜର୍ଜ । ବିଜୁଙ୍କ ମତରେ ଭାରତୀୟ ଦଳରେ ବାମହାତି ବ୍ୟାଟସମାନ ମାନଙ୍କ ସଂଖ୍ୟା କମ ରହିଛି । ଦଳରେ ବାମହାତୀ ବ୍ୟାଟସମାନଙ୍କ ଆବଶ୍ୟକ ଥିବାରୁ ପନ୍ଥଙ୍କୁ ବହୁ ସୁଯୋଗ ମିଳୁଛି ।

ଅନ୍ୟ ପକ୍ଷରେ ସାମସନ ଧୀରେ ଧୀରେ ତାଙ୍କ ଫିଟନେସ ସୁଧରିବା ଦିଗରେ କାମ କରୁଛନ୍ତି । ଏହା ତାଙ୍କର ଖେଳରେ ବହୁ ସହାୟକ ହେବ ବୋଲି ବିଜୁ ମତ ଦେଇଛନ୍ତି । ଏହା ସହ ଲେଗ ସ୍ପିନର ଏବଂ ବାମହାତୀ ସ୍ପିନରଙ୍କ ବିରୋଧରେ ଆକ୍ରମଣ କରିବାକୁ ବାମହାତି ବ୍ୟାଟସମାନ ଆବଶ୍ୟକ କରୁଛି ଟିମ ଇଣ୍ଡିଆ, ତେଣୁ ପନ୍ଥଙ୍କୁ ବେଶି ସୁଯୋଗ ମିଳୁଛି । ଅନ୍ୟ ପକ୍ଷରେ ସଞ୍ଜୁ ସାମସନ ମଧ୍ୟ ଭାରତୀୟ ଦଳର wicket କିପର ବ୍ୟାଟସମାନ ପାଇଁ ଅନ୍ୟ ଏକ ଦାବିଦାର । ତାଙ୍କ ନିକଟରେ ବହୁ ପ୍ରତିଭା ରହିଛି ମାତ୍ର ମିଳୁଥିଵା ସୁଯୋଗ ସଦୁପଯୋଗ କରିପାରୁନାହାନ୍ତି ସାମସନ । 2020 ରେ ସାମସନଙ୍କୁ ତିନୋଟି ଟି – ଟ୍ୱେଣ୍ଟି ମ୍ୟାଚରେ ସୁଯୋଗ ମିଳିଥିଲେ ମଧ୍ୟ ରନ କରିବାରେ ବିଫଳ ହୋଇଥିଲେ । ତିନୋଟି ମ୍ୟାଚରୁ ସାମସନ 6, 8 ଏବଂ 2 ରନ ସ୍କୋର କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top