ନ୍ୟୁଜ୍

ହିନ୍ଦୁ-ମୁସଲିମଙ୍କ ଏକତା ବାର୍ତ୍ତା ଦେଇ ଗୀତ ଗାଇଲେ ରିତେଶ, ଛୁଟୁଛି ପ୍ରଶଂସାର ସୁଅ

ନୂଆଦିଲ୍ଲୀ : ବଲିଉଡ଼ ଅଭିନେତା ରିତେଶ ଦେଶମୁଖ ଏବେ ତାଙ୍କର ନୂଆ ଲୁକକୁ ନେଇ ବେଶ୍ ଚର୍ଚ୍ଚାରେ। ତେବେ କିଛି ଦିନ ହେବ ରିତେଶ ତାଙ୍କର ହେୟାର ଷ୍ଟାଇଲ୍ ପରିବର୍ତ୍ତନ କରିଛନ୍ତି। ଏଥିପାଇଁ ଟ୍ରୋଲର ତାଙ୍କୁ ଟ୍ରୋଲ୍ ମଧ୍ୟ କରୁଛନ୍ତି। ଏହି ମଧ୍ୟରେ ରିତେଶଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। ସେ ହିନ୍ଦୁ-ମୁସଲିମଙ୍କ ଏକତାକୁ ନେଇ ଏକ ଖାସ୍ ବାର୍ତ୍ତା ଦେଇଛନ୍ତି।

ରିତେଶ ମଙ୍ଗଳବାର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଟିକଟକର ଏକ ଭିଡ଼ିଓ ସେୟାର କରିଛନ୍ତି। ଏହି ଭିଡ଼ିଓରେ ସେ ହିନ୍ଦୁ-ମୁସଲିମ ଏକତାରେ ଗୀତ ଗାଇଛନ୍ତି। ଏହି ଗୀତଟି ବୈଗୀସ୍ତାନ ଫିଲ୍ମରୁ ଉଦୃତ। ଏଥିରେ ରିତେଶ ଜଣେ ମୁସଲିମ ଯୁବକ ଭୂମିକାରେ ଅଭିନୟ କରିଛନ୍ତି। ତେବେ ରିତେଶଙ୍କ ଏହି ଇନଷ୍ଟାଗ୍ରାମ ପୋଷ୍ଟରେ ପ୍ରଶଂସକମାନେ ପଜେଟିଭ୍ ପ୍ରତିକ୍ରିୟା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top