ଟିଭି

ଛାତ୍ର ଉପରେ ଚଢିଗଲା ବସ୍‌, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

accident

ଗଞ୍ଜାମ: ବସ୍‌ ଚଢିଯିବାରୁ ଜଣେ ଅଙ୍ଗନୱାଡି ଛାତ୍ରର ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକର ଦାଉଣୀ ଛକ ନିକଟରେ ଶନିବାର ଅପରାହ୍ନ ସାଢେ ୩ ଘଣ୍ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ବସରୁ ଓହ୍ଲାଉଥିବା ବେଳେ ଚକାତଳେ ପଡି ଯାଇଥିଲେ ଛାତ୍ରଟି । ଘଟଣାସ୍ଥଳରେ ହିଁ ଛାତ୍ରଟିର ମୃତ୍ୟୁ ଘଟିଥିଲା । ମୃତ ଛାତ୍ର ଜଣକ ହେଲେ  ଗୋପୀନାଥପୁର ଗ୍ରାମର ଜିତେନ୍ଦ୍ର ସାହୁଙ୍କ ପୁତ୍ର ସିଲୁ ସାହୁ (୦୫) ।

ସୂଚନାମୁତାବକ, ମୃତ ସିଲୁଙ୍କ ଦେହ ଅସୁସ୍ଥ ଥିବା ହେତୁ ବାପା, ମାଆଙ୍କ ସହ ବ୍ରହ୍ମପୁର ମେଡିକାଲକୁ ଯାଇ ବ୍ରହ୍ମପୁରରୁ ତୁରୁବୁଡିକୁ ଏକ ଘରୋଇ ଯାତ୍ରୀବାହୀ ବସରେ ଆସି ଗ୍ରାମ ନିକଟରେ ଓହ୍ଲାଉଥିଲେ । ଓହ୍ଲାଇବା ସମୟରେ ପଛ ଚକ ତଳେ ପଡି ଯିବାରୁ ଚକଟି ଛାତ୍ର ଉପରେ ମାଡି ଯାଇଥିଲା । ଘଟଣାସ୍ଥଳରେ ଛାତ୍ର ଜଣକର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟିବା ପରେ ବସ୍‌ଟି ଦ୍ରୁତଗତିରେ ସେଠାରୁ ପଳାଇଥିବା ଜଣାପଡିଛି । ତେବେ ଏ ଘଟଣା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ମୃତ ଶବକୁ ରାଜରାସ୍ତାରେ ରଖି ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ ଜାରି ରଖିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top