ନ୍ୟୁଜ୍

ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଡ଼ାକ୍ତର ନାହାଁନ୍ତି: 5T ପ୍ରହଶନ ଉପରେ ଉଠିଲା ପ୍ରଶ୍ନ

accident

ପୁରୀ: ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁର ବଜାରସ୍ଥିତ ଜାତୀୟ ରାଜପଥରେ ଦୁର୍ଘଟଣା ଘଟି 5ଜଣ ଗୁରୁତର ଆହତ ହୋଇଛନ୍ତି ।  ଭୁବନେଶ୍ୱରରୁ  ପୁରୀ ଅଭିମୁଖେ ଯାଉଥିବା ଏକ ଟ୍ରକ ପଛରୁ ଆସି ସମ୍ମୁକରେ ଯାଉଥିବା  ଅନ୍ୟ ଏକ ଲାଲ ରଙ୍ଗର କାରକୁ ଜୋରରେ ଧକ୍କା ଦେଇଥିଲା । ଫଳରେ  ପ୍ରାୟ 2 କି ମି ପର୍ଯ୍ୟନ୍ତ ଘୋଷାରି ହୋଇ ଯାଇଥିଲା କାର ।  ଯାହାଦ୍ୱାରା ଉକ୍ତ କାରରେ ଥିବା ସମସ୍ତ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ  ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ,  ଡାକ୍ତରଖାନାରେ କୌଣସି ଡାକ୍ତର ଉପସ୍ଥିତ ନଥିଲେ । ବାଧ୍ୟହୋଇ ଗୁରୁତରମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି ।

accident

ସରକାର 5 T ର ନାରା ଦେଇ ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍‌ ଘନଘନ ମେଡିକାଲ  ପରିଦର୍ଶନ କରୁଥିବା ବେଳେ ପିପିଲି ବ୍ଲକର ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ  ଦେଖା ଦେଇଛି ଅବ୍ୟବସ୍ଥା । ମେଡ଼ିକାଲ୍‌ରେ ରୋଗିଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତଙ୍କ ଅନୁପସ୍ଥିତିକୁ ନେଇ  5T ଉପରେ ପ୍ରଶ୍ନ ସୃଷ୍ଟି କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top