ନ୍ୟୁଜ୍

ଟ୍ରକକୁ ଧକ୍କା ଦେଲା ଟ୍ରକ, ଜଣେ ମୃତ

accident

ଅନୁଗୁଳ: ଟ୍ରକକୁ ଧକ୍କା ଦେଲା ଟ୍ରକ । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବଅଁରପାଳ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ । ଏହି ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମୃତ ଡ୍ରାଇଭରଙ୍କ ନାଁ ଜିତୁ ପ୍ରଧାନ (୨୭) । ସୂଚନାନୁସାରେ, ଗୋଟିଏ ଟ୍ରକ୍ ଅନ୍ୟ ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଛି । ଗତକାଲି ରାତି ପ୍ରାୟ ଦୁଇଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁଇଟି ଟ୍ରକ୍ ତାଳଚେରରୁ କୋଇଲା ନେଇ ଆସୁ ଥିବାବେଳେ ଦୁର୍ଘଟଣା ଘଟିଥିଲା। ଜିତୁ ପ୍ରଧାନ କୌଣସି କାରଣରୁ ତାଙ୍କ ଟ୍ରକ୍‌ରୁ ଭାରସାମ୍ୟ ହରାଇଥିଲେ ଓ ଆଗରେ ଯାଉଥିବା ଅନ୍ୟ ଟ୍ରକ୍‌ର ପଛରେ ପିଟି ଦେଇଥିଲେ। ଖବର ପାଇ ବଅଁରପାଳ ପୋଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରେ ଚାପି ହୋଇ ରହିଥିବା ଜିତୁଙ୍କ ମୃତଦେହକୁ କାଢ଼ିଥିଲେ।

ତାଙ୍କ ମୃତଦେହ କାଢ଼ିବା ପାଇଁ ବହୁତ ସମୟ ଲାଗିଥିଲା। ସକାଳ ପ୍ରାୟ ଆଠଟା ବେଳେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ଏହାପରେ ମୃତଦେହକୁ ପୋଲିସ୍ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଏହି ଦୁର୍ଘଟଣା ଯୋଗୁ ୧୪୯ ନମ୍ୱର ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସକାଳେ ସାଢ଼େ ଆଠଟା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top