ନ୍ୟୁଜ୍

କେନ୍ଦୁଝର-ଯାଜପୁରରେ ଦୁର୍ଘଟଣା, ଜଣେ ମୃତ, ୩ ଗୁରୁତର

ଭୁବନେଶ୍ୱର: ଆଜି କେନ୍ଦୁଝର ଏବଂ ଯାଜପୁରରେ ସଡ଼କ ଦୁର୍ଘଟଣା ଘଟିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ କୋଡପଡା ପଞ୍ଚାୟତ ଭୋଗପୁର ଛକ ନିକଟରେ ଆନନ୍ଦପୁର କରଞିଆ ରାସ୍ତାରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା ।

ଫଳରେ ଦୁଇଜଣ ବାଇକ୍ ଆରୋହୀ ଗୁରୁତର ହୋଇଥିଲେ । ସେହିପରି ଯାଜପୁର ଜିଲ୍ଲାର ପାଣିକୋଇଲି ଥାନା ଅନ୍ତର୍ଗତ ସନ୍ତରା ଛକ ନିକଟରେ ବାଇକକୁ ପଛ ପଟୁ ଧକ୍କା ଦେଲା କାର । ଏହି ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ନରପଦା ଗାଁର କମଳା ମଲ୍ଲିକ ।

କମଳା ମଲ୍ଲିକ ତାଙ୍କ ପୁତୁରା ସହିତ ଯାଜପୁର ରୋଡ ମେଡିକାଲକୁ ଚିକିତ୍ସା ପାଇଁ ଆସି ଫେରୁଥିବା ସମୟରେ ପାଟୁଳି ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ତେବେ ଦୁର୍ଘଟଣା ପରେ ମୃତ କମଳାଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ଡାକ୍ତର ଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top