ନ୍ୟୁଜ୍

କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

bus accident

କେନ୍ଦୁଝର : ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ । ବିଳମ୍ୱିତ ରାତିରେ ବଡ଼ବିଲରୁ ଭୁବନେଶ୍ୱର ଯାଉଥିବା ଶ୍ରୀରାମ ନାମକ ଯାତ୍ରୀବାହୀ ବସଟି ୨୦ ନମ୍ବର ଜାତୀୟ ରାଜପଥର  ନେଙ୍କଡ଼ା ଘର ନିକଟରେ ଦୁର୍ଘଟଣା ଗସ୍ତ ହୋଇଛି । ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ସାମ୍ନା ରେ ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ ହଠାତ ବ୍ରେକ ମାରିବାରୁ ବସଟି ଗଛରୁ ପିଟି ହୋଇ ଯାଇଥିଲା ।

bus accident

ଦୁର୍ଘଟଣାରେ ବସର ବାମ ପଟ  ସାମନା କେବିନ ଟି ସମ୍ପୂର୍ଣ୍ଣ ଭାଙ୍ଗି ଉଡି ଯିବା ସହ ଇଞ୍ଜିନ ଜଳି ଯାଇଛି । ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ଆହତ ମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଏହି ଦୁର୍ଘଟଣାରେ ୧୦ ରୁ ଉର୍ଦ୍ଧ୍ୱ  ଆହତ ହୋଇଥିବା ବେଳେ  ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top