ରାଜ୍ୟ

ବାଲେଶ୍ୱର-ମୟୁରଭଞ୍ଜରେ ଦୁର୍ଘଟଣା: ୧ ମୃତ, ୨ ଗୁରୁତର

ଭୁବନେଶ୍ୱର: ରାଜ୍ୟରେ ଦିନିକୁ ଦିନ ବଢ଼ିଚାଲିଛି ସଡ଼କ ଦୁର୍ଘଟଣା । ଅକାଳରେ ଚାଲିଯାଉଛି ନିରୀହ ଜୀବନ । ସେହିଭଳି ଆଜି ରାଜ୍ୟର ଦୁଇଟି ଜିଲ୍ଲା ବାଲେଶ୍ୱର ଏବଂ ମୟୂରଭଞ୍ଜରୁ ସେମିତି ଦୁଃଖଦ ଖବର ଆସିଛି । ବାଲେଶ୍ୱରର ବାହାନଗା ଏବଂ ମୟୂରଭଞ୍ଜର କରଞ୍ଜିଆରେ ଘଟିଥିବା ଦୁର୍ଘଟଣାରେ ଜଣେ ମୃତ ଏବଂ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି ।

ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଝାଡତା ଛକ ନିକଟରେ ଘଟିଛି ବାଇକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ଯୁବକ ସୋର ଥାଲସଡା ଗ୍ରାମର ଗୁରୁ ପ୍ରସାଦ ଜେନାଙ୍କ ପୁଅ ରାମେଶ ଜେନା ।

 ସେହିଭଳି କରଞ୍ଜିଆ ଥାନା ବୁଢ଼ୀ ସରେଇ ଛକ ନିକଟରେ ଆଜି ଦୁର୍ଘଟଣା ଘଟିଛି ।  ଏକ କାର ସିଂଗିଡା ଆଡୁ ଅତି ଦ୍ରୁତଗତିରେ ଆସି  ବାଇକ୍‌କୁ ଧକ୍କା ଦେବା ଫଳରେ କାରରେ ଥିବା ସମସ୍ତେ ଆହତ ହୋଇଥିବା ବେଳେ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top