ନ୍ୟୁଜ୍

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, ଟ୍ରକ ଜାଳିଦେଲେ ଉତ୍ୟକ୍ତ ଲୋକେ

death

ଭୁବନେଶ୍ୱର:  ରାଜଧାନୀ ଉପଖଣ୍ଡ ବାଳକାଟି ଠାରେ ଏକ ଟ୍ରକ୍‌ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । କାଳକାଟି ବ୍ରିଜରେ ଏକ ଟ୍ରକ ବାଇକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ବାଇକଆରୋହୀ ରାସ୍ତାକୁ ଛିଟକି ପଡ଼ିଥିଲେ । ଘଟଣାସ୍ଥଳରେ ହିଁ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟଜଣେ ଗୁରୁତର ହୋଇପଡ଼ିଥିଲେ ।

death

ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ସ୍ଥଳୀରେ ଉତ୍ତେଜନା ସୃଷ୍ଟି ହୋଇଛି । ଉତ୍ୟକ୍ତ ଲୋକ ବାଇକକୁ ଧକ୍କା ଦେଇଥିବା ଟ୍ରକକୁ ଜାଳି ଦେଇଥିବା ବେଳେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ଅଛି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top