ନ୍ୟୁଜ୍

ସଡ଼କ ଦୁର୍ଘଟଣା: ୧ ମୃତ, ୨ ଗୁରୁତର

accident

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା 16 ନଂ ଜାତୀୟ ରାଜପଥ ନିକଟରେ ବାଇକ ଦୁର୍ଘଟଣା । ଏଥିରେ ଜଣକର ମୃତ୍ୟୁ ହୋଇଥିବାବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି ।

ବାଇକଟି ରାସ୍ତାରେ ଛିଡା ହୋଇଥିବା ଷଣ୍ଡକୁ ଧକ୍କା ଦେଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ମୃତକ ଯୁବକ ଜଣକ ହେଲେ ଔପଦା ବ୍ଲକ ଈଶ୍ୱରପୁର ଗାଁର ପ୍ରକାଶ ସାମଲ । ଆହତମାନେ ହେଲେ ଈଶ୍ୱରପୁର ଗାଁର ଉମା ଶଙ୍କର ମହାପାତ୍ର ଓ ବିଶ୍ୱନାଥ ରାଉତ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top