ନ୍ୟୁଜ୍

ତିନି ଛାତ୍ରଙ୍କ ଉପରେ ଚଢ଼ିଗଲା ହାଇୱା: ଜଣେ ମୃତ, ଦୁଇ ଗୁରୁତର

PARADEEP

ପାରାଦୀପ: ତିନି ଟିଉସନ ଛାତ୍ର କୁ ମାଡି ଦେଲା ହାଇୱା । ପାରାଦୀପ ଭୂତମୁଣ୍ଡାଇ ନିକଟ ବରେଇ ଛକରେ ଘଟିଛି  ଏହି ମର୍ମନ୍ତୁଦ ସଡ଼କ ଦୂର୍ଘଟଣା । ବରେଇ ଗ୍ରାମର କାହ୍ନୁ ଚରଣ ମହାନ୍ତି ଓ ତାଙ୍କ ଦୁଇ ସାଥୀ ଆଜି ସକାଳୁ ଘରୁ ବାହାରି ଟିଉସନ ନିଜ ସାଇକେଲ ଯୋଗେ ଯାଉଥିବା ବେଳେ ତାଙ୍କୁ ଏକ ହାଇୱା ଧକ୍କା ଦେବା ଫଳରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି ।

ଅନ୍ୟ ଦୁଇ ଗୁରୁତରଙ୍କୁ କଟକ ମେଡିକାଲ ନିଆ ଯାଇଛି  । ଉତ୍ୟକ୍ତ ଗ୍ରାମବାସୀମାନେ କଟକ ପାରାଦ୍ବୀପ ରାସ୍ତାକୁ ଅବରୋଧ କରିଛନ୍ତି   ।  ଫଳରେ ଯାତାୟାତ ବାଧାପ୍ରାପ୍ତ ଘଟିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top