ନ୍ୟୁଜ୍

ସଡ଼କ ଦୁର୍ଘଟଣାରେ ୧ମୃତ ୪ ଗୁରୁତର

road accident

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ୨୬ନଂ ଜାତୀୟ ରାଜପଥରେ ଦୁଇଟି ଦୁର୍ଘଟଣା ଘଟଛି । ଗତକାଲି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହେବା ସହ ୪ ଜଣ ଆହତ ହୋଇଛନ୍ତି। କାଲି ରାତି ୧ଟା ବେଳେ ୧୬ ନଂ ଜାତୀୟ ରାଜପଥ ଖନ୍ତାପଡା ଥାନା ଗୌଡୁଣୀ ପୋଖରୀ ନିକଟରେ ଅଜଣା ଗାଡି ଧକାରେ ଜଣେ ବାଇକ ଆରୋହୀର ଘଟଣାସ୍ଥଳରେ ମୁତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ବ୍ୟକ୍ତିଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସେହିପରି ଆଜି ଶୁକ୍ରବାର ସକାଳ ୭ଟାରେ ଜାତୀୟ ରାଜପଥ ଖନ୍ତାପଡା ଥାନା ବେଗୁନିଆଠାରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ର୍ଜିତାଳ ଗ୍ରାମର ବିଦ୍ୟାଧର ବିଶ୍ବାଳ, ଯାଜପୁରର ମଦନମୋହନ ରାଉତ, କୁଆଖିଆର ଜିତେନ୍ଦ୍ର ବେହେରା ଗୁରୁତର ହୋଇଛନ୍ତି । ଆହତଙ୍କୁ ବାଲେଶ୍ବର ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top