ନ୍ୟୁଜ୍

ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

accident

ତାଳଚେର: ତାଳଚେରର କୋଲିୟାରୀ ଥାନା ଡେରା ପେଟ୍ରୋଲ ପମ୍ପ ନିକଟସ୍ଥ ରାସ୍ତାରେ ବାଇକ ଦୁର୍ଘଟଣା । ଏଥିରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ମୃତ ଯୁବକ ସେଣ୍ଟ୍ରାଲ କଲୋନୀର ଅବିନାଶ ଜନ । ନିଜ ବାଇକରେ ଦ୍ରୁତି ଗତିରେ ଯିବାବେଳେ ପେଟ୍ରୋଲ ପମ୍ପ ନିକଟ ରାସ୍ତାରେ ଜଣେ ପଥଚାରୀଙ୍କୁ ଜୋରଦାର ଧକ୍କା ଦେବାପରେ ଗାଡ଼ିରୁ ଛିଟିକି ପଡ଼ିଥିଲେ ।

ତାଙ୍କୁ ସେଣ୍ଟ୍ରାଲ ମେଡିକାଲରେ ଭର୍ତ୍ତି କରାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ବାଇକରୁ ଧକ୍କା ଖାଇଥିବା ବ୍ୟକ୍ତି ଜଣକ ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କର ମେଡ଼ିକାଲରେ ଚିକିତ୍ସା ଚାଲିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top