ଖୋର୍ଦ୍ଧା: ରାଜ୍ୟ ସରକାର ରାସ୍ତାର ଭିତ୍ତିଭୂମି ବିକାଶ କରିବାକୁ ବିଭିନ୍ନ ଯୋଜନା ପରେ ଯୋଜନା କରୁଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ହାଟବଜାର ବାଛରା ପାଟଣା ରାସ୍ତାରେ । ଏଠାରେ ରାସ୍ତା ନିର୍ମାଣ ନିମ୍ନମାନର ହୋଇଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି ।
ଏହି ରାସ୍ତା ନିର୍ମାଣ ପାଇଁ ୮୦ଲକ୍ଷ ବ୍ୟୟବରାଦ କରାଯାଇଥିଲା । ଓ ରାସ୍ତା ପାର୍ଶ୍ୱରେ ଥିବା ଡ୍ରେନ ନିର୍ମାଣ ପାଇଁ ମଧ୍ୟ ୯,୯୮୦୦୦ଟଙ୍କା ବ୍ୟୟବରାଦ କରାଯାଇଥିଲା । ମାତ୍ର କାମ ଅତି ନିମ୍ନମାନର ହୋଇଥିବାରୁ ବର୍ଷା ପାଣି ଓ ଡ୍ରେନ ଲିକ କରି ରାସ୍ତା ଉପରେ ପାଣି ଜମି ରହୁଛି । ଫଳରେ ଗାଡିମୋଟର ଚଳପ୍ରଚଳରେ ବ୍ୟାଘାତ ହେବା ସହ ଘରେ ଡ୍ରେନ ପାଣି ପଶୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହାସହ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
