ଖେଳ

ରୋଲର ସ୍କେଟିଂ ପ୍ରତିଯୋଗୀତାର ପ୍ରଥମ ଦିନରେ ବ୍ରହ୍ମପୁରକୁ ସ୍ୱର୍ଣ୍ଣ

Roller Skating

ରାୟପୁର: ଚଳିତ ମାସ 12 ତାରିଖ ଠାରୁ 14 ତାରିଖ ପର୍ଯ୍ୟନ୍ତ ଛତିଶଗଡ଼ ରାୟପୁର ଠାରେ ଅନୁଷ୍ଠିତ ହେଉଥିବା ରୋଲର ସ୍କେଟିଂ ପ୍ରତିଯୋଗୀତାରେ ପ୍ରଥମ ଦିନରେ ବ୍ରହ୍ମପୁର ସ୍କେଟର ସଫଳତା ହାସଲ କରିଛନ୍ତି । 300 ମିଟର ଟାଇମ ଟ୍ରାଏଲରେ ବାଳିକା ବିଭାଗର 8 ବର୍ଷ ବର୍ଗରେ ଅନ୍ୱେଷା ବିଷୋୟୀ ମାତ୍ର 46 ସେକେଣ୍ଡରେ ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିଭଳି 300 ମିଟର ରେସରେ ଆଶୁତୋଷ ପାଢୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି  ।

Roller Skating

ଏହି ପ୍ରତିଯୋଗୀତାରେ ସିବିଏସଇର ଫାର ଇଷ୍ଟ ଜୋନର ଓଡ଼ିଶା ରାଜ୍ୟ ସମେତ ଆସାମ, ଅରୁଣାଞ୍ଚଳ ପ୍ରଦେଶ, ମିଜୋରାମ, ସିକ୍କିମ ଓ ପଶ୍ଚିମବଙ୍ଗ ଭଳି 11ଟି ରାଜ୍ୟର ବିଭିନ୍ନ ବିଦ୍ୟାଳୟର ସ୍କେଟର ମାନେ ଅଂଶ ଗ୍ରହଣ କରିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top