ଦେଶ

ଏଟିଏମରେ ଚାଲିଛି ବଡ଼ ପରିବର୍ତ୍ତନ, ବନ୍ଦ ହେବ 2000 ଟଙ୍କିଆ ନୋଟ୍‌ !

ନୂଆଦିଲ୍ଲୀ: 2000 ଟଙ୍କିଆ ନୋଟକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । କାହିଁକିନା ଏଟିଏମ୍‌ରେ 2000 ଟଙ୍କିଆ ନୋଟ୍‌ର ଅଭାବ ପରିଲ୍ଲିଖିତ ହେଉଛି । ଏବେ ଏଟିଏମ୍‌ରେ 2000 ଟଙ୍କିଆ ନୋଟ୍‌ ପରିବର୍ତ୍ତେ 500 ଟଙ୍କିଆ ନୋଟ୍‌ ଅଧିକା ଦେଖିବାକୁ ମିଳୁଛି । ଏସଂକ୍ରାନ୍ତରେ କିଛି ବ୍ୟାଙ୍କମାନଙ୍କ ଏଟିଏମ୍‌ରେ ପରିବର୍ତ୍ତନ କରାଯାଉଛି । ବିଜ୍‌ନେଶ  ଷ୍ଟାଣ୍ଡାର୍ଡର ସୁତ୍ର ମୁତାବକ  ସାରା ଦେଶରେ 2.40 ଲକ୍ଷ ଏଟିଏମ  ମେଶିନ୍‌ମାନଙ୍କରେ  2000 ଟଙ୍କିଆ ନୋଟ୍‌  ସ୍ଥାନରେ 500 ଟଙ୍କିଆ ରଖାଯିବା ନେଇ ଯୋଜନା ଚାଲିଛି ।

ଏଟିଏମରେ ଭିତରେ 4ଟି ବକ୍ସ ଅଛି । ଯେଉଁଥିରେ 2000, 500, 200 ଓ 100 ଟଙ୍କିଆ ନୋଟ୍‌ ରଖାଯାଇଥାଏ । ବର୍ତ୍ତମାନର ନୂଆ ବ୍ୟବସ୍ଥା ଅନୁସାରେ ପ୍ରଥମ ତିନି ବକ୍ସରେ 500 ଟଙ୍କିଆ ରଖାଯିବ ଏବଂ 4ର୍ଥରେ 200 ଆଉ 100 ଟଙ୍କିଆ ନୋଟ୍‌ ରଖାଯିବ । ସୂଚନାମୁତାବକ,  ବହୁତ ଏଟିଏମ୍‌ରେ 2000 ଟଙ୍କିଆ ବକ୍ସକୁ ହଟାଇ ଦିଆଯାଇଛି । ଆଉ ଏକ ବର୍ଷ ମଧ୍ୟରେ  ବାକି ଥିବା ଅନ୍ୟ ଏଟିଏମ ମାନଙ୍କରେ ମଧ୍ୟ ଏହି 2000 ଟଙ୍କିଆ ବକ୍ସ ହଟାଇଦିଆଯିବ ।   ବର୍ତ୍ତମାନ ଯେଉଁ 2000 ଟଙ୍କିଆ ନୋଟ ଆସୁଛି ତାକୁ ବ୍ୟାଙ୍କମାନଙ୍କର କରେନ୍ସି ଚେଷ୍ଟରେ ରଖାଯାଉଛି । ଅର୍ଥାତ ଏହି ଟଙ୍କା ଗୁଡିକୁ  ରିଜର୍ଭ ବ୍ୟାଙ୍କର ସୁରକ୍ଷା କକ୍ଷକୁ ଫେରାଇ ଦିଆଯାଉଛି ।

ଏଠି କହିରଖୁଛୁ ଯେ,  ନଭେମ୍ବର 2016ରେ ମୋଦି ସରକାରଙ୍କ ଦ୍ୱାରା  କରାଯାଇଥିବା ନୋଟ ବନ୍ଦି ପରେ 2017ର ଆରମ୍ଭରେ 2000 ଟଙ୍କିଆ ନୋଟର ପ୍ରଚଳନ ହୋଇଥିଲା । ରିଜର୍ଭ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ ଆର୍ଥିକ ବର୍ଷ 2017ରେ ସର୍କୁଲେଟେଡ ନୋଟ 50 ପ୍ରତିଶତ 2000 ଟଙ୍କିଆ ନୋଟର ଥିଲା ।  କିନ୍ତୁ ଆର୍ଥିକ ବର୍ଷ 2019ରେ ସର୍କୁଲେଟେଡ ନୋଟ୍‌ରେ 51 ପ୍ରତିଶତ ଭାଗ 500 ଟଙ୍କିଆ ନୋଟର ହୋଇଗଲା । ସୁଚନାମୁତାବକ 2000 ଟଙ୍କିଆ ନୋଟ୍‌ ଆଇନଗତ ଭାବେ ବନ୍ଦ ହେବ ନାହିଁ  କିନ୍ତୁ  ଏହାକୁ ସର୍କୁଲେସନରୁ ବାହାର କରିଦିଆଯିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top