ନ୍ୟୁଜ୍

କଣ୍ଟେନର୍ ଗାଡି ସହ ୩ କୋଟି ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ଗଜପତି: ଗଜପତି ଜିଲ୍ଲା ଆର,ଉଦୟଗିରି ପୋଲିସକୁ ମିଳିଛି ଏକ ବଡ ସଫଳତା । ଏକ କଣ୍ଟେନର୍ ଗାଡି ସହ ପ୍ରାୟ ୧୦ କୁଇଣ୍ଟାଲ ରୁ ଉର୍ଦ୍ଧ ଗଜେଂଇ କୁ ଜବତ କରିବାରେ ସକ୍ଷମ ହୋଇପାରିଛି ପୋଲିସ । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗ ରେ ଗାଡି ଡ୍ରାଇଭର  ବିହାର ରାଜ୍ୟର ଧରମ୍ ବୀର୍ ସିଂ କୁ ମଧ୍ୟ ଗିରଫ କରିଛି  । ସୁଚନା ଅନୁସାରେ ଗଜପତି-ରାୟଗଡା ସୀମାନ୍ତ ଅଞ୍ଚଳରୁ ଏକ କଣ୍ଟେନର୍ ଗାଡି ଗଜେଂଇ ବୋଝେଇ କରି ଛତିଶଗଡ ଅଭିମୂଖେ ଯିବା ପାଇଁ ଉଦ୍ୟମ କରୁଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ଆର,ଉଦୟଗିରି ପୋଲିସ ଉକ୍ତ ଗାଡିର ସଂନ୍ଧାନରେ ବାହାରିଥିଲା ।

ତେବେ ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ମହେନ୍ଦ୍ରଗଡ ନଦୀ  ନିକଟରେ ଉକ୍ତ ଗାଡିକୁ ଜବତ କରିବା ସହ ଗାଡିର ଡ୍ରାଇଭର ଧରମବୀର ସିଂ କୁ ଗିରଫ କରିବାରେ ସକ୍ଷମ ହୋଇଛି । ଗାଡିକୁ ଜାଞ୍ଚ କରିବାରେ ସେଥିରେ ୧୦୦ ଗୋଟି ପେକେଟ ଗଜେଂଇ ଚୋରାରେ ଛତିଶଗଡ଼ ଅଞ୍ଚଳକୁ ଚାଲାଣ କରାଯାଉଥିବା ଜାଣିବାକୁ ପାଇଥିଲେ ପୋଲିସ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ତେବେ ଘଟଣାରେ ଅନ୍ୟ କୌଣସି ବ୍ୟକ୍ତି ଙ୍କ ସଂପୃକ୍ତି ଅଛି କି ନାହିଁ ସେନେଇ ପୋଲିସ ଅଧିକ ତଦନ୍ତ ଜାରୀ ରଖିଛି । ତେବେ,ଗଜପତି ଜିଲ୍ଲାରେ ନୂତନ ଭାବେ ଏସପି ତପନ କୁମାର ପଟ୍ଟନାୟକ ଯୋଗ ଦେବା ପରେ ଗଜେଂଇ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଚଳିତ ବର୍ଷ ଗଜେଂଇ ଚୋରା ଚାଲାଣ ରୋକିବାରେ ବେଶ୍ ସଫଳତା ହାସଲ କରିଛି ଗଜପତି ପୋଲିସ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top