ନ୍ୟୁଜ୍

ବାଲେଶ୍ୱର: ଲକ୍‌ଡାଉନ ନିୟମରେ ପରିବର୍ତ୍ତନ ଖବର ଗୁଜବ, ମିଥ୍ୟା ଖବର ପ୍ରଚାରକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ବାଲେଶ୍ୱର: ବଲେଶ୍ୱର ଜିଲ୍ଲାରେ ଲକ୍‌ଡାଉନ୍‌ ନିୟମରେ ପରିବର୍ତ୍ତନ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାରିତ ହେଉଛି । କିଛି ହ୍ୱାଟ୍ସଆପ୍‌ ଗ୍ରୁପରେ ପ୍ରଚାରିତ ହେଉଛି ଲକ୍‌ଡାଉନ ନିୟମରେ ପରିବର୍ତ୍ତନ ହୋଇ ସାକାଳ 6ରୁ 11 ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ।

ଗାଡ଼ି ନେଇ ବଜାର ଗଲେ ସିଜ୍‌ କରିଦିଆଯିବ । ଏମିତି ପ୍ରଚାର ହେଉଛି ଯେ ବାଲେଶ୍ୱର ପୌରପାଳିକା ଅଞ୍ଚଳକୁ ସୋମବାର ଅପରାହ୍ନ 5ଟାରୁ ଶୁକ୍ରବାର ଅପରାହ୍ନ 5 ଯାଏଁ ସଟଡାଉନ୍‌ ଘୋଷଣା କରାଯାଇଛି । ତେବେ ଏଭଳି ପ୍ରଚାରରେ ଆଦୌ ସତ୍ୟତା ନାହିଁ । ଏସବୁ ଗୁଜବ ବୋଲି କହିଛି ବାଲେଶ୍ୱର ଜିଲ୍ଲା ପ୍ରଶାସନ ।

 

କେବଳ ଜଳେଶ୍ୱର ପୌରପାଳିକାକୁ ଆଜି ସନ୍ଧ୍ୟା 5ରୁ 17 ତାରିଖ ସକାଳ 5 ଯାଏଁ ସଟଡାଉନ ଘୋଷଣା କରାଯାଇଛି । କେବଳ କଣ୍ଟେନମେଣ୍ଟ ଅଞ୍ଚଳ ଛାଡ଼ିଦେଲେ ବାକି ଅଞ୍ଚଳରେ ପୂର୍ବ ନିୟମ ବଳବତ୍ତର ରହିବ ବୋଲି ସୂଚନା ଦେଇଛି ଜିଲ୍ଲା ପ୍ରଶାସନ ।

ତେବେ ଗୁଜବ ପ୍ରଚାର କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଲେଶ୍ୱର ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ । ଅନ୍ୟପଟେ ଏଭଳି ଗୁଜବ ଉପରେ ବିଶ୍ୱାସ ନକରିବାକୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛି ପ୍ରଶାସନ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top