ଜୀବନ ମନ୍ତ୍ର

ଏସିଡିଟି ଅଛି କି ? ଆପଣାନ୍ତୁ ଏହି ସରଳ ଉପାୟ…

ଅର୍ଗସ ବ୍ୟୁରୋ : ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି କରିଥାଏ ଏସିଡିଟି । ତେଣୁ ସୁସ୍ଥ ଶରୀର ପାଇଁ ପେଟ ଜନିତ ସମସ୍ୟାରୁ ମୁକ୍ତ ହେବା ଜରୁରୀ । ଯଦି ପେଟ ଯନ୍ତ୍ରଣା, ବାନ୍ତି ଅନୁଭବ, କୌଣସି କାରଣ ବିନା ଓଜନ ହ୍ରାସ, ଖାଦ୍ୟ ହଜମ ହେବା କଷ୍ଟକର ହୁଏ, ତେବେ ଏହାର କାରଣ ଏସିଡିଟି । ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆପଣଙ୍କୁ ପ୍ରତିଦିନ ଏହି ଲକ୍ଷଣଗୁଡ଼ିକର ସାମ୍ନା କରିବାକୁ ପଡିବ, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ । ତେଣୁ ଏହାକୁ ଦୂରେଇ ରଖିବା ପାଇଁ ଜୀବନଶୈଳୀ ଏବଂ ଖାଦ୍ୟ ଅଭ୍ୟାସକୁ ପରିବର୍ତ୍ତନ କରିବା ଆବଶ୍ୟକ ।

ତେବେ ଆପଣ ଏସିଡିଟି ଦ୍ୱାରା ଅସୁବିଧାରେ ପଡିଛନ୍ତି କି ? ଗ୍ୟାସଟିକ୍, ଇନଡାଇଜେସନ୍, ଏବଂ ପେଟ ଜନିତ ସମସ୍ୟା ଉପୁଜିଛି କି ? ଆପଣ ଏଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ଏସବୁ ସମସ୍ୟାର ସମାଧାନ ପାଇବାକୁ ଚାହୁଁଥିଲେ ତଳେ ଦିଆଯାଇଥିବା ପରାମର୍ଶଗୁଡିକ ଅନୁସରଣ କରନ୍ତୁ । ଏଥିରୁ ଆବଶ୍ୟକୀୟ ଲାଭ ପାଇପାରିବେ ।

ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ପାଇଁ ସମୟ ସ୍ଥିର କରନ୍ତୁ । ଶୋଇବା ପୂର୍ବରୁ ଅତି କମରେ ଚାରି ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇବା ଉଚିତ୍ । ବିଳମ୍ବିତ ରାତିରେ ଖାଇବା ଠାରୁ ଦୂରେଇ ରୁହନ୍ତୁ । ବିଳମ୍ବିତ ରାତିରେ ଶୋଇବା ଦ୍ୱାରା ଏସିଡିଟି ହେବାର ସମ୍ଭାବନା ବହୁଗୁଣିତ ହୁଏ । ଯାହା ପାଇଁ ପରଦିନ ସକାଳର ସ୍ୱାସ୍ଥ୍ୟ ଭାରପ୍ରାପ୍ତ ରହିଥାଏ ଏବଂ ପେଟର ହଜମ ଶକ୍ତି ନଷ୍ଟ ହୋଇଯାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ଏକାସାଙ୍ଗରେ ଦିନକୁ 3 ଥର ଅଧିକ ମାତ୍ରାରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ । ଅଳ୍ପ ଅଳ୍ପ 6 ଥର ଖାଇବା ଭଲ । ଏହା ପେଟକୁ ଭାର କରେ ନାହିଁ ଏବଂ ଖାଦ୍ୟ ହଜମ କରୁଥିବା ଏନଜାଇମଗୁଡିକ ସଠିକ୍ ପରିମାଣରେ ପ୍ରାପ୍ତ ହୁଏ ।

ଏସିଡିଟିରୁ ମୁକ୍ତି ପାଇବା ପାଇଁ କିଛି ପ୍ରତିକାର…

ଆପଣ ଯଦି ବୃଦ୍ଧବସ୍ଥାରେ ଏସିଡିଟି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଏହାର ଉପଶମ ହେଉଛି ଭଲଭାବରେ ଚୋବାଇ ଖାଇବା ଜରୁରୀ । ଆପଣ ଯେତେ ଅଧିକ ଚୋବାଇ ଖାଦ୍ୟ ଖାଇବେ, ସେତେ ଶୀଘ୍ର ପେଟରେ ହଜମ ହୋଇଯିବ । ଚା, କଫି ଖାଇବା ଦ୍ୱାରା ପେଟର ସମସ୍ୟା ମଧ୍ୟ ବୃଦ୍ଧି ପାଏ । ଚା ଏବଂ କଫିର ବ୍ୟବହାରକୁ ହ୍ରାସ କରିଲେ ଆପଣ ଏସିଡିଟିକୁ ଏଡାଇପାରିବେ । ସବୁଠାରୁ ବଡ଼ କଥା ପ୍ରାୟ ସମସ୍ତେ ବିଶ୍ୱାସ କରନ୍ତି ଯେ ତମ୍ବାଖୁ ସେବନ ପରେ ଖାଦ୍ୟ ଶୀଘ୍ର ହଜମ ହୁଏ । ହେଲେ ଏହି ଅନୁମାନ ଭୁଲ ଅଟେ । ଖାଇବା ପରେ ତମ୍ବାଖୁ ଖାଇବା ଅଭ୍ୟାସରୁ ଦୂରେଇ ରହିବା ଉଚିତ୍ । ମସଲାଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍ ଏବଂ ଜଙ୍କ ଫୁଡ୍ ବ୍ୟବହାରରୁ ଦୂରରେ ରହିଲେ ଏସିଡିଟିକୁ ମଧ୍ୟ ଏଡାଯାଇପାରିବ ।

ବିଶେଷଜ୍ଞଙ୍କ ଅନୁଯାୟୀ, ଘରେ ପ୍ରସ୍ତୁତ ତାଜା ଏବଂ ସାଧା ଖାଦ୍ୟକୁ ଖାଆନ୍ତୁ । ଏହାସହ ମାନସିକ ଅବସ୍ଥା ପେଟର ସ୍ୱାସ୍ଥ୍ୟ ସହିତ ସିଧାସଳଖ ଜଡିତ ଥାଏ । ଯଦି ତୁମେ ଖୁସି ତେବେ ପେଟ ସମେତ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ମଧ୍ୟ ସଠିକ୍ କାର୍ଯ୍ୟ କରିଥାଏ । ଦୀର୍ଘସ୍ଥାୟୀ ମାନସିକ ଚାପ ଏସିଡିଟିର କାରଣ ହୋଇପାରେ । ଏସିଡିଟିକୁ ଏଡାଇବା ପାଇଁ, ଖାଇବା ପରେ ଅଧା ଚାମଚ ପାନମହୁରୀ ଚୋବାନ୍ତୁ । ଲେମ୍ବୁ ବ୍ୟବହାର ମଧ୍ୟ ଶରୀରର ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ପ୍ରମାଣିତ ହୋଇଛି । ଏହାସହ ଭୋଜନ ପରେ ଏକ ଚାମଚ ଡାଲଚିନି ପାଉଡରକୁ ପାଣିରେ ମିଶାଇ ପିଇବା ଦ୍ୱାରା ଏସିଡିଟି ଦୂର ହୋଇଥାଏ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top