ଖେଳ

ଅସ୍ରଫ ଚାଚାଙ୍କୁ ସହାୟତାର ହାତ ବଢାଇଲେ ସଚ୍ଚିନ

ଅର୍ଗସ ବ୍ୟୁରୋ : ଅସ୍ରଫ ଚୌଧୁରୀ, ଯିଏ ଦିନେ ସଚ୍ଚିନ ତେନ୍ଦୁଲକରଙ୍କ ଭାଙ୍ଗି ଯାଇଥିବା ବ୍ୟାଟକୁ ସଜାଡି ଦେଉଥିଲେ ଆଜି ସେ ମଧୁମେହ ଏବଂ ଅନ୍ୟାନ୍ୟ ରୋଗରେ ପୀଡିତ ହୋଇ ଦୀର୍ଘ ୧୨ ଦିନ ହେବ ସାଭଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅସ୍ରଫଙ୍କ ଏହି ଖରାପ ସମୟରେ ତାଙ୍କ ନିକଟରେ ଠିଆ ହୋଇଛନ୍ତି ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର । ଅସ୍ରଫଙ୍କ ବନ୍ଧୁ ପ୍ରଶାନ୍ତ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ, ସଚ୍ଚିନ ଅସ୍ରଫଙ୍କ ଦେଖ ଖରାପ ଶୁଣିବା ପରେ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ।

ଅସ୍ରଫ ସଚ୍ଚିନ ତେନ୍ଦୁଲକରଙ୍କ ସହ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ ମଧ୍ୟ ସଜାଡୁଥିଲେ । ଆର୍ନ୍ତଜାତୀୟ କ୍ରିକେଟର କ୍ରିସ ଗେଲ, ଷ୍ଟିଭ ସ୍ମିଥ, କିରନ ପୋଲାର୍ଡଙ୍କ ପରି କ୍ରିକେଟରଙ୍କ ବ୍ୟାଟ ମଧ୍ୟ ଏହି ଅସ୍ରଫ ଚାଚା ମରାମତି କରୁଥିଲେ । ଲକଡାଉନ ଯୋଗୁଁ ଦେଶରେ କ୍ରୀଡା ଜଗତ ବିଶେଷ ଭାବେ ପ୍ରଭାବିତ ହୋଇଥିଲା ଏବଂ ଏହି ପରିପ୍ରକ୍ଷେୀରେ କିଛିବି ମ୍ୟାଚ ନହେବାରୁ ଅସ୍ରଫଙ୍କ ବେପାର ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ଦକ୍ଷିଣ ମୁମ୍ବାଇର ଧୋବି ତଲାଓ ଠାରେ ଅସ୍ରଫଙ୍କ ଏକ ଦୋକାନ ରହିଛି । ଏହି ଦୋକାନର ନାମ ଏମ ଅସ୍ରଫ ବ୍ରୋ। ସେ ଏଠାରେ ବିନା ପଇସାରେ ଖେଳାଳିମାନଙ୍କ ବ୍ୟାଟକୁ ମରାମତି କରିଥାନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top