ଖେଳ

ମୁମ୍ବାଇରେ ପ୍ଲାଜମା ଦାନ କେନ୍ଦ୍ରର ଉଦଘାଟନ କରିଲେ ସଚିନ ତେନ୍ଦୁଲକର

ମୁମ୍ବାଇ: ପୂର୍ବତନ କ୍ରିକେଟର ତଥା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଆଜି COVID19 ରୋଗୀଙ୍କ ଚିକିତ୍ସା ପାଇଁ ସେଭେନ ହିଲ୍ସ ହସ୍ପିଟାଲରେ ପ୍ଲାଜମା ଦାନ କେନ୍ଦ୍ରର ଉଦଘାଟନ କରିଛନ୍ତି।

ଏ ନେଇ ସେ ନିଜ ପ୍ରତିକ୍ରିୟା ରେ କହିଛନ୍ତି ଭାରତରେ ଏହି ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ହେଉଥିବାରୁ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ। COVID-19 ବିରୋଧରେ ଭାରତ ମୁକାବିଲା ଜାରି ରଖିଛି। ଦେଶରେ ପ୍ରତିଦିନ ଅତି କମରେ 20,000 ରୁ ଅଧିକ  ସକାରାତ୍ମକ ରିପୋର୍ଟ ଥିବା ମାମଲାରେ ବୃଦ୍ଧି ଘଟିଛି।

 ମୁମ୍ବାଇ ଦେଶର ସବୁଠାରୁ ଅଧିକ ସଂକ୍ରମଣ ସହର ମଧ୍ୟରେ ରହିଛି।  ଏହି ସମୟରେ ମହାରାଷ୍ଟ୍ରରେ ପ୍ରାୟ ଦୁଇ ଲକ୍ଷରୁ ଅଧିକ ସକରାତ୍ମକ ମାମଲା ରିପୋର୍ଟ ହୋଇଛି। 9000 ରୁ ଅଧିକ ଲୋକଙ୍କ ର  ମୃତ୍ୟୁ ଘଟିଛି।  ଏହି ସମୟରେ  COVID-19 ସଂକ୍ରମଣ ରୁ ପୁନରୁଦ୍ଧାର ବ୍ୟକ୍ତି ମାନେ ରୋଗୀଙ୍କ ପାଇଁ ପ୍ଲାଜମା ଦାନ କରିଲେ ଅନେକ ଲୋକ ଖୁବଶୀଘ୍ର ଭଲ ହୋଇପାରିବେ ବୋଲି ବିଶ୍ୱାସ କରାଯାଉଛି।

ଏହି ସଙ୍କଟ ପରିସ୍ଥିତିରେ ଅନେକ କ୍ରିକେଟର ଏବଂ ବିସିସିଆଇ ମଧ୍ୟ  ମହାମାରୀର ମୁକାବିଲା ପାଇଁ ଆର୍ଥିକ ଅର୍ଥ ସହିତ ଆଗକୁ ଆସିଛନ୍ତି।  ସଚିନ୍ ତେନ୍ଦୁଲକର ପ୍ଲାଜମା ଦାନ କେନ୍ଦ୍ରର ଉଦଘଟନ କରି ପୁନରୁଦ୍ଧାର ରୋଗୀ ଏବଂ ଅନ୍ୟମାନଙ୍କୁ ସେମାନଙ୍କ ପ୍ଲାଜମା ଦାନ କରିବା ପାଇଁ ଅନୁରୋଧ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top