ଦେଶ

ଆଜି ଜନ୍ମମାଟିରେ ପହଞ୍ଚିବ ଦୁଇ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର

କନ୍ଧମାଳ: ଗଲୱାନ ଘାଟିରେ ସହିଦ ଦୁଇ ଓଡ଼ିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନଙ୍କ ପାର୍ଥିବ ଶରୀର ଆଜି ଜନ୍ମମାଟିରେ ପହଞ୍ଚିବ । ଭାରତ ଓ ଚୀନ ସୀମା ସଂଘର୍ଷରେ ସହିଦ ହୋଇଥିବା 20 ଜଣ ଭାରତୀୟ ଯବାନଙ୍କ ମଧ୍ୟରେ ଓଡ଼ିଶାର ଏହି ଦୁଇ ବୀର ପୁତ୍ର ମଧ୍ୟ ଥିଲେ । କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଳକର ବିଅରପାଙ୍ଗା ଗାଁରେ ଜନ୍ମ ହୋଇଥିବା ଚନ୍ଦ୍ରକାନ୍ତ 6 ବର୍ଷ ତଳେ ଓ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ବଡ଼ଚମ୍ପାଉଦା ଗାଁର ନନ୍ଦୁରାମ ସୋରେନ 23 ବର୍ଷ ପୂର୍ବରୁ ସେନାରେ ଯୋଗଦେଇଥିଲେ । ଦୁଇ ଓଡ଼ିଆ ଯବାନ ସହିଦ ହେବା ପରେ ଏବେ ବଡ଼ଚମ୍ପାଉଦା ଓ ବିଅରପାଙ୍ଗାର ଲୋକେ ଝୁରୁଛନ୍ତି । ଗାଁଲୋକେ ଜୁଇ ଯବାନଙ୍କ ପାର୍ଥିବ ଶରୀରକୁ ଅପେକ୍ଷା କରିଛନ୍ତି । ଉଭୟଙ୍କ ମରଶରୀର ଆଜି ଗାଁରେ ପହଞ୍ଚିବା ପରେ ଶ୍ରଦ୍ଧାଞ୍ଜଳି ଦିଆଯିବ। ଏହାପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାଯିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top