ଦେଶ

ଗର୍ଭବତୀ ଅଛନ୍ତି କରୀନା କପୁର ଖାନ, ଖୁବ୍ ଶୀଘ୍ର ପରିବାରରେ ଆସିବାକୁ ଯାଉଛି କୁନି ଅତିଥି

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ ଅଲୀ ଖାଁ ଓ କରୀନା କପୁର ଖାଁଙ୍କ ପରିବାରରେ ଖୁବ୍‌ଶୀଘ୍ର ଆଉ ଜଣେ କୁନି ଅତିଥି ଆସିବାକୁ ଯାଉଛି। ଅର୍ଥାତ୍‌ କରୀନା ପୁଣି ଥରେ ମା’ ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଏଭଳି ଖବର ପ୍ରଚାରିତ ହେଉଥିଲା କିନ୍ତୁ ବର୍ତ୍ତମାନ ସୈଫ ଅଲି ଖାନ ନିଜେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ଯେ ଅନ୍ୟ ଜଣେ କୁନି ସଦସ୍ୟ ଶୀଘ୍ର ତାଙ୍କ ପରିବାରରେ ଯୋଗଦେବାକୁ ଯାଉଛନ୍ତି।

 ବୁଧବାର ଝିଅ ସାରା ଅଲୀ ଖାଁ ଜନ୍ମଦିନ ଅବସରରେ କରୀନା ଗର୍ଭବତୀ ଥିବା ନେଇ ସୈଫ ଘୋଷଣା କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ ପ୍ରଶଂସକ ସୈଫିନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବରୁ ସୈଫିନାଙ୍କ ଏକ ପୁତ୍ର ସନ୍ତାନ ଅଛନ୍ତି। ତୈମୁର ଅଲୀ ଖାଁ ବେଶ୍‌ କ୍ୟୁଟ ନଜର ଆସୁଥିବା ବେଳେ ଘରେ ସମସ୍ତଙ୍କର ପ୍ରିୟ ଅଟନ୍ତି। ସବୁ ଷ୍ଟାରକିଡ୍ସଙ୍କ ମଧ୍ୟରୁ ସୋସିଆଲ ମିଡିଆରେ ତୈମୁର ଅଧିକ ଚର୍ଚ୍ଚାରେ ରହିଥାନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top