X
Breaking News
ଟିଭି

କ୍ୟାଟ୍ରିନାଙ୍କୁ ଏପରି ଗିଫ୍ଟ ଦେଲେ ସଲମାନ୍, ଗିଫ୍ଟ ପାଇବା ପରେ ..

salman

ମୁମ୍ବାଇ: ବଲିଉଡ ସେଲିବ୍ରିଟିଙ୍କ ଗିଫ୍ଟ ଦିଆନିଆ । ଏହାକୁ ନେଇ ସେମାନେ ଚର୍ଚ୍ଚାରେ ରହିଥାନ୍ତି । ଆଉ ଗିଫ୍ଟ ଦେବାରେ ଦରିଆ ଦିଲ୍ ହେଉଛନ୍ତି ସଲମାନ୍ । ଯେଉଁ ସେଲିବ୍ରିଟି ତାଙ୍କର ଯେତେ ନିକଟତର ସେ ତାକୁ ସେତେ ମହଙ୍ଗା ଗିଫ୍ଟ ଦେଇଥାନ୍ତି । ଏକତା ସାରା ଦୁନିଆ ଜାଣେ । ଏବେ ପୁଣି ଥରେ ମହଙ୍ଗା ଗିଫ୍ଟ ଦେଇ ଚର୍ଚ୍ଚାରେ ଅଛନ୍ତି ସଲମାନ୍ । ଆଉ ଏହି ଗିଫ୍ଟ ମିଳିଛି କ୍ୟାଟ୍ରିନା । ସଲମାନଙ୍କ ପାଇଁ କ୍ୟାଟ୍ରିନା ବହୁତ ଖାସ୍ । ସଲମାନଙ୍କ କହିବା ପରେ ମାତ୍ର ଗୋଟିଏ ଥରରେ ଭାରତ ଫିଲ୍ମ ପାଇଁ ରେଡି ହୋଇଯାଇଥିଲେ କ୍ୟାଟ୍ରିନା । ସଲମାନଙ୍କ ପାଇଁ କ୍ୟାଟ୍ରିନା ବରୁଣ ଧାୱନଙ୍କ ଡ୍ୟାନ୍ସ ଫିଲ୍ମ ଏବିସିଡି 3 ଛାଡିଥିଲେ । ପ୍ରଥମେ ଭାରତ ଫିଲ୍ମ ପ୍ରିୟଙ୍କାଙ୍କୁ ମିଳିଥିଲା । କିନ୍ତୁ ପ୍ରିୟଙ୍କା ଫିଲ୍ମ ନ କରିବାରୁ କ୍ୟାଟ୍ରିନାକୁ ସୁଯୋଗ ମିଳିଥିଲା । ଏବଂ ଏହି ଫିଲ୍ମରେ କ୍ୟାଟ୍ରିନା କାମ କରି ସଳମାନଙ୍କ ଦିଲ୍ ଜିତିଥିଲେ । ତେଣୁ ତାଙ୍କୁ ଉପହାର ଦେବାକୁ ସ୍ଥିର କରିଥିଲେ ସଲମାନ୍ ।

ଏହାପରେ ସଲମାନ ଏକାଥରକେ 5ଟି ଦାମୀ କାର କିଣିଛନ୍ତି । ଏହି 4ଟି କାରର ମୂଲ୍ୟ 50-50 ଲକ୍ଷ । ତେବେ ଚାରୋଟି କାର ସଲମାନ କରିବେ କଣ ? ଖବର ନେବାରୁ ଜଣାପଡିଛି ଯେ,ଏହି କାରରୁ ଗୋଟିଏ ସଲମାନ ନିଜ ପାଖରେ ରଖିଛନ୍ତି । ଗୋଟିଏ ଅରବାଜ ଖାନ ଓ ଅନ୍ୟଟି ଅର୍ପିତାଙ୍କୁ ଦେଇଛନ୍ତି । ଏବଂ ଶେଷ କାରଟି କ୍ୟାଟ୍ରିନାଙ୍କୁ ଦେଇଛନ୍ତି । ଆଉ କ୍ୟାଟ୍ରିନା ଏହି କାରଟି ବ୍ୟବହାର ମଧ୍ୟ କରିବା ଆରମ୍ଭ କରିଦେଇଛନ୍ତି ।

ଏହାପୂର୍ବରୁ ସଲମାନ ଏକ କାର କିଣିଥିଲେ । ଏବଂ ଏହା ନିଜ ମାଆଙ୍କୁ ଗିଫ୍ଟ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top