ମନୋରଞ୍ଜନ

ସଲୁ ମିଆଁଙ୍କ ଚାଷୀ ଅବତାର, ଦେଖନ୍ତୁ ଭିଡିଓ..

salman

ଅର୍ଗସ ବ୍ୟୁରୋ:  ଦବଙ୍ଗ ଭାଇଜାନଙ୍କ ଚାଷୀ ଅବତାର । ଚଲାଇଲେ ଟ୍ରାକ୍ଟର, ରୋଇଲେ ଧାନ । ଫାର୍ମହାଉସରେ ଝାଳ ବୁହାଇଲେ ସଲମାନ । ରିଲ ନୁହେଁ, ରିଅଲ ଲାଇଫରେ ଚାଷୀ ସାଜିଲେ ସଲୁ ମିଆଁ । ଯାହାର ଭିଡିଓକୁ ସୋସିଆଲ ମିଡିଆରେ ଫ୍ୟାନ୍ସ କରୁଛନ୍ତି ପସନ୍ଦ ।

 

View this post on Instagram

 

Farminggg

A post shared by Salman Khan (@beingsalmankhan) on

ରିଲ ନୁହେଁ, ରିଅଲ ଲାଇଫରେ ଚାଷୀ ଅବତାରରେ ସଲୁ ମିଆଁ । ଚାଷ ଜମିରେ ଅନ୍ୟମାନଙ୍କ ସହ ମିଶି ଚାଷ କରୁଛନ୍ତି । ଅବଶ୍ୟ ଏ ଦବଙ୍ଗ ଚାଷୀ ଟିକେ ଅଲଗା ଲୁକରେ ନଜର ଆସୁଛନ୍ତି । କିନ୍ତୁ କ୍ଷେତରେ କାମ କରୁଥିବା ଅନ୍ୟ ଶ୍ରମିକଙ୍କ ପରି ଝାଳ ବୁହାଉଛନ୍ତି । କାମ କରିବା ପରେ କ୍ଷେତରେ ଥିବା ପାଣିରେ ହାତ ମଧ୍ୟ ଧୋଉଛନ୍ତି । ଆପଣ ଭାବୁଥିବେ ସଲମାନ କେଉଁଠି ଏମିତି ଝାଳ ବୁହାଉଛନ୍ତି? ଏ ସ୍ଥାନଟି ହେଉଛି, ମହାରାଷ୍ଟ୍ରର ପନଭେଲରେ । ଯେଉଁଠି ରହିଛି ସଲମାନଙ୍କ ଫାର୍ମହାଉସ । ନିଜ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରିବା ପରେ ଧାନ ରୋଇବା ଶେଷ ହୋଇଥିବା କଥା ଲେଖିଛନ୍ତି ।

ଏହା ପୂର୍ବରୁ ଜମିରେ ଟ୍ରାକ୍ଟର ଚଲାଉଥିବାର ଭିଡିଓ ସେୟାର କରିଥିଲେ ସଲମାନ । ପୂର୍ବରୁ ତାଙ୍କୁ ଆପଣ ଫିଲ୍ମରେ ଏଭଳି ସିନ କରୁଥିବାର ଦେଖିଥିବେ । କିନ୍ତୁ ଏବେ ସେ ନିଜ ଜମିରେ ଟ୍ରାକ୍ଟର ଚଲାଉଥିବାର ଦେଖିବାକୁ ମିଳିଛି । କେବଳ ନିଜେ ଟ୍ରାକ୍ଟର ଚଲାଉ ନାହାନ୍ତି,ଟ୍ରାକ୍ଟର ଜରିଆରେ ଜମିକୁ ହଳ ମଧ୍ୟ କରୁଛନ୍ତି । ପନଭେଲରେ ମନସୁନରେ ମଜା ନେଉଛନ୍ତି ଭାଇଜାନ । ଆଉ ତାଙ୍କର ଏହି ନୂଆ ଅନ୍ଦାଜଙ୍କୁ ପସନ୍ଦ କରୁଛନ୍ତି ତାଙ୍କ ଫ୍ୟାନ୍ସ । ସେହିପରି ସଲମାନଙ୍କ ଫାର୍ମହାଉସର ଲୋକେସନ ଓ ସୌନ୍ଦର୍ଯ୍ୟତାକୁ ମଧ୍ୟ ବେଶ ପସନ୍ଦ କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top