X
Breaking News
ମନୋରଞ୍ଜନ

ଆଜି ପରଦାରେ ‘ଭାରତ’

bharat
courtesy: www.indiatoday.in

ମୁମ୍ୱାଇ :  ଆଜି ପରଦାକୁ ଆସିଛି ବହୁ ପ୍ରତିକ୍ଷିତ ବଲିଉଡ ସିନେମା ‘ଭାରତ’ । ଇଦ୍ ଅବସରରେ ଆଜି ଏହି ଫିଲ୍ମଟି ପରଦାକୁ ଆସୁଛି । ସିନେମା ହଲରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ତେବେ ସଲମାନ୍ ଖାନଙ୍କ ଅଭିନୀତ ଏହି ସିନେମା ଦେଖିବାକୁ ଫ୍ୟାନ୍ ମାନଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସିନେମାରେ ସଲମାନଙ୍କ ସହ କ୍ୟାଟ୍ରିନା କୈଫ୍ ଓ ଦିଶା ପଟାନୀ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏହାସହ ତବୁ ଓ ଜ୍ୟାକି ସ୍ରଫ୍ ମଧ୍ୟ ନଜର ଆସିଛନ୍ତି । ଭାରତ ଫିଲ୍ମଟି ୨୦୧୪ରେ ନିର୍ମିତ ଦକ୍ଷିଣ କୋରିଆ ଫିଲ୍ମ ଓଡ୍ ଟୁ ମାଇ ଫାଦର ଫିଲ୍ମର କାହାଣୀ ଉପରେ ଆଧାରରେ ହୋଇଛି ।

ଏଥିରେ ସଲମାନ ଖାନ୍ ମୁଖ୍ୟ ଚରିତ୍ର ଭାରତ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଜଣେ ସାଧାରଣ ନାଗରିକ ଦୃଷ୍ଟିଭଙ୍ଗୀରେ ଭାରତର ସ୍ୱାଧୀନତା ପରବର୍ତୀ ଘଟଣାକ୍ରମର ବର୍ଣ୍ଣନା ରହିଛି । ଫିଲ୍ମଟି ଟି ସିରିଜ୍ ଓ ସଲମାନ୍ ଖାନ୍ ଫିଲ୍ମ ଅଧୀନରେ ପ୍ରସ୍ତୁତ ହୋଇଛି । ଇଦରେ ରିଲିଜ୍ ହୋଇଥିବା ଭାଇଜାନଙ୍କ ଅଧିକାଂଶ ଫିଲ୍ମ ସୁପର ହିଟ୍ ସାବ୍ୟସ୍ତ ହୋଇଥାଏ, ଭାରତ ଫିଲ୍ମ ମଧ୍ୟ ବକ୍ସ ଅଫିସରେ ନୂଆ ରେକର୍ଡ କରିବ ବୋଲି ସମୀକ୍ଷକ ଆଶା ରଖିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top