ନ୍ୟୁଜ୍

ସମ୍ବଲପୁରରେ ଛଟ୍‌ ପୂଜା

chhat puja

ମ୍ବଲପୁର: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଖରଲା ନଦୀ ଘାଟରେ ବିହାରୀ ସମାଜ ପକ୍ଷରୁ ଛଟ ପୂଜା ବଡ ଧୁମଧାମରେ ପାଳିତ ହୋଇଯାଇଛି ।ଏହି ଛଟ ପର୍ବକୁ ତିନି ଦିନ ଧରି ଛଟ ଦେବୀଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଏନେଇ ଖରଲା ନଦୀ ଘାଟରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପୂଜାର୍ଚ୍ଚନା ସହିତ ମାନସିକଧାରୀ ମହିଳା ଓ ପୁରୁଷ ଉପବାସ ରହି ନଦୀ ଜଳରେ ବୁଡି ମହିଳା ଓ ପୁରୁଷମାନେ ପୁଜାର୍ଚ୍ଚନା କରିବା ସହିତ ସୁର୍ଯ୍ୟକୁ ଦର୍ଶନ କରି ଘାଟରେ ବ୍ରତ ସମାପ୍ତ କରିଥାନ୍ତି ।

କୁଚିଣ୍ଡା ଖରଲା ନଦୀ ଘାଟରେ ହିନ୍ଦୁ ସଂପ୍ରଦାୟର ବିହାରୀ ସମାଜ ସହିତ ଅନ୍ୟାନ୍ୟ ସମାଜର ବ୍ରତ ଉପବାସ କରିଥିବା ଶ୍ରଦ୍ଧାଳୁ ଭକ୍ତ ଏକତ୍ରିତ ହୋଇ ନଦୀ ଘାଟରେ ପୂଜାର୍ଚ୍ଚନା କରିବା ସହିତ ବ୍ରତ ସମାପ୍ତ କରିଥାନ୍ତି । କୁଚିଣ୍ଡା ଛଟ କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇ ଶେଷରେ ସମସ୍ତ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥାଏ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top