ନ୍ୟୁଜ୍

ନୂଆଁଖାଇ ଓ ସ୍ୱାଧୀନତା ଦିବସରେ ସଟ୍‌ଡାଉନ୍ ହେବନି ସମ୍ବଲପୁର

ଅର୍ଗସ ବ୍ୟୁରୋ : ସମ୍ବଲପୁରବାସୀଙ୍କ ପାଇଁ ଖୁସୀ ଖବର। ନୂଆଁଖାଇ ଓ ସ୍ୱାଧୀନତା ଦିବସରେ ସଟ୍‌ଡାଉନ୍ ହେବନି ସମ୍ବଲପୁର। ନୂଆଁଖାଇ ପାଇଁ ୨୨ ଓ ୨୩ ତାରିଖରେ ସଟଡାଉନ ହେବ ନାହିଁ। ଏହି ଦୁଇ ଦିନ ସମ୍ବଲପୁର ସହର ସ୍ୱାଭାବିକ ରହିବ । ଏହା ବଦଳରେ ଅଗଷ୍ଟ ୧୬ ଓ ୧୭ ତାରିଖରେ ସଟଡାଉନ କରାଯିବ। ଏନେଇ ସମ୍ବଲପୁର ଜିଲ୍ଲାପାଳ ପକ୍ଷରୁ ସୂଚନା ମିଳିଛି ।

ଚଳିତ ବର୍ଷ ମହାମାରୀ କରୋନା ପାଇଁ ସଟଡାଉନ ଓ ଲକଡାଉନ କଟକଣା ଜାରି ରହିଛି। ମହାମାରୀ ଆତଙ୍କ କାରଣରୁ ବହୁ ପୂଜା ଓ ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ହେଉଥିବା ବେଳେ କିଛି କିଛି ସ୍ଥାନରେ କଟକଣା ସହ ପାଳନ ହେଉଛି ଧାର୍ମିକ କାର୍ଯ୍ୟ। ଏହି ମଧ୍ୟରେ ନୂଆଁଖାଇ ଓ ସ୍ଵାଧୀନତା ଦିବସ ଦିନ ସପ୍ତାହନ୍ତ ସଟଡାଉନ ପଡୁଥିବାରୁ ପର୍ବ ପାଳନକୁ ନେଇ ପଶ୍ଚିମ ଓଡ଼ିଶାବାସୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନଜରରେ ରଖି ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ବରଗଡ଼ ସାଂସଦ ସୁରେଶ ପୂଜାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଚିଠି ଲେଖିଥିଲେ। ନୂଆଁଖାଇ ପାଳନ ପାଇଁ ଅନୁମତି ଦେବାକୁ ଦୁଇ ନେତା ଅନୁମତି ମାଗିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top