ନ୍ୟୁଜ୍

ଓଡ଼ିଶାର ବିକାଶ ପାଇଁ ସବୁ ପ୍ରକାର ପ୍ରୟାସ କରିଛନ୍ତି ମୋଦି ସରକାର- ସମୀର ମହାନ୍ତି

ଅର୍ଗସ ବ୍ୟୁରୋ : କରୋନା ଯୋଗୁଁ ଦୀର୍ଘ 66 ଦିନ ପରେ ବିଜେପି ସାମ୍ବାଦିକ ସମ୍ମିଳନୀ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନର ଦ୍ଵିତୀୟ ପାଳି ପ୍ରଥମ ବର୍ଷ ପୂର୍ତ୍ତି ମଧ୍ୟରେ ଓଡ଼ିଶାକୁ କଣ କଣ ମିଳିଛି ସେ ନେଇ ହିସାବ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।

ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନରେ ଅନେକ କଥା ହୋଇଛି। ଇତିହାସର ସ୍ଵାର୍ଣ୍ଣାକ୍ଷରରେ ଏହା ଲିପିବଦ୍ଧ ହୋଇ ରହିବ। ଓଡ଼ିଶାର ବିକାଶ ପାଇଁ ସବୁ ପ୍ରକାର ପ୍ରୟାସ କରିଛନ୍ତି ମୋଦି ସରକାର। ବିପର୍ଯ୍ୟୟ ବେଳେ ଓଡ଼ିଶା ସହ ଠିଆ ହୋଇଛନ୍ତି ମୋଦି। ଅଗ୍ରୀମ ଟଙ୍କା ଦେବାର ନି ପରମ୍ପରା ସୃଷ୍ଟି କରିଛନ୍ତି ମୋଦି।

ସେ ପୁଣି କହିଛନ୍ତି ଯେ, ବାତ୍ୟା ଫନିରେ ମୋଟ 4679 କୋଟି ଓଡ଼ିଶାକୁ ଦେଇଛନ୍ତି କେନ୍ଦ୍ର ସରକାର। ଏହାପରେ ଅମ୍ଫାନ ବାତ୍ୟା ପରେ ମୋଦି ଆସିବାର 24 ଘଣ୍ଟା ମଧ୍ୟରେ ଓଡ଼ିଶାକୁ ମିଳିଲା 500 କୋଟି ବାତ୍ୟା ସହାୟତା। କେନ୍ଦ୍ର ଅନୁଦାନ ବାବଦକୁ ଆସିଲା 32000 କୋଟି। କେନ୍ଦ୍ରୀୟ ଟିକସରୁ ରାଜ୍ୟ ଭାଗ ମିଳୀଲା 36300 କୋଟି। ଏବେ ଆଉ କେନ୍ଦ୍ରୀୟ ଅବହେଳାର ଅଭିଯୋଗ ନାହିଁ। ରେଳ ବଜେଟରେ ଏ ବର୍ଷ ମିଳିଛି 5296 କୋଟି। ଗତ 6 ବର୍ଷ ମଧ୍ୟରେ ରେଲୱେରୁ ଆସିଛି ମୋଟ 31444 କୋଟି। ସୂର୍ଯ୍ୟ ମନ୍ଦିରର ବିକାଶ ପାଇଁ 25 କୋଟି ଦେଇଛନ୍ତି।

କେବଳ ସେତିକି ନୁହେଁ 12 ଜଣ ଓଡ଼ିଆକୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି। ମାଗଣାରେ ଗ୍ୟାସ ଯୋଗାଣ ବାବଦରେ 1103 କୋଟି ଦିଆଯାଇଛି। କୋଭିଡ ହସ୍ପିଟାଲ ପାଇଁ ରାଷ୍ଟ୍ରାୟାତ୍ତ କମ୍ପାନୀ ଆଗେଇ ଆସିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top