ନ୍ୟୁଜ୍

ଅଭିଶପ୍ତ ପାଲଟିଯାଇଛି ଶୈଶବ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

NABARANGPUR

ନବରଙ୍ଗପୁର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଜନ୍ମରୁ ମୂତ୍ରାଶୟ ନାହିଁ । ଅନବରତ ଭାବେ ନାବାଳକର ପରିସ୍ରା ବହିବାରେ ଲାଗିଛି । ମାତ୍ର ଅର୍ଥାଭାବରୁ ଚିକିତ୍ସା କରାଇପାରୁନାହାନ୍ତି । ତେଣୁ ସରକାରୀ ସହାୟତା ପାଇଁ ଗଣମାଧ୍ୟମ ସମ୍ମୁଖରେ ନିବେଦନ କରିଛନ୍ତି ନବରଙ୍ଗପୁରର ସନ୍ତୋଷ ରଜକ ।

ଅଭିଶପ୍ତ ଶୈଶବ । ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମାଳିଗୁଡା ଗାଁର ମଧୁ ରଜକଙ୍କ ପୁଅ ସନ୍ତୋଷ ରଜକ । ଜନ୍ମରୁ ସନ୍ତୋଷଙ୍କର ମୂତ୍ରାଶୟ ନାହିଁ । ଅନବରତ ଭାବେ ବୋହି ଚାଲିଛି ପରିସ୍ରା । ମୂତ୍ରାଶୟ ନଥିବାରୁ ନାବାଳକଜଣକ ସାଙ୍ଗସାଥୀଙ୍କ ସହ ମିଶିପାରୁନି କି ସ୍କୁଲ ଯାଇପାରୁନି । ଏପଟେ ଅର୍ଥାଭାବରୁ ହୋଇପାରୁନି ସନ୍ତୋଷଙ୍କ ଚିକିତ୍ସା । ପରିବାର ଲୋକେ ବ୍ରହ୍ମପୁର ନେଇ ପୁଅର ଚିକିତ୍ସା କରାଇଥିଲେ । ମାତ୍ର ଅପରେସନ କରାଗଲେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ ବୋଲି ଡାକ୍ତର କହିଥିଲେ । କିନ୍ତୁ ମଧୁଙ୍କ ନିକଟରେ ଟଙ୍କା ନଥିବାରୁ ପୁଅର ଚିକିତ୍ସା କରାଇପାରୁନାହାନ୍ତି । ସେପଟେ 12 ବର୍ଷ ହେଲା ଏଭଳି ଅଭିଶପ୍ତ ଜୀବନ କାଟୁଛି ସନ୍ତୋଷ ।

ସନ୍ତୋଷଙ୍କ ସହାୟତା ପାଇଁ ପରିବାର ଲୋକେ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି । ତେବେ ଖୁବ ଶୀଘ୍ର ସନ୍ତୋଷର ଚିକିତ୍ସା କରାଯିବ ବୋଲି ସିଡିଏମଓ କହିଛନ୍ତି । ବ୍ରହ୍ମପୁର କିମ୍ବା କଟକରେ ସନ୍ତୋଷର ଅପରେସନ କରାଯିବ, ଏବଂ ପ୍ରଶାସନ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସିଡିଏମଓ ।

ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଅପରେସନ ହୋଇପାରୁନଥିବାରୁ ଅଭିଶପ୍ତ ପାଲଟିଯାଇଛି ଶୈଶବ । ଖେଳକୁଦ, ପାଠପଢାରୁ ବଞ୍ଚିତ ସନ୍ତୋଷ ଏବେ ସରକାରୀ ସହାୟତା ପାଇଁ ଚାହିଁ ରହିଛି । ନାବାଳକ ସନ୍ତୋଷ ର ଏପରି ଅବସ୍ଥା ଯୋଗୁଁ ସେ ଲୋକଲଜ୍ୟା କାରଣରୁ ଘରୁ ବାହାରି ପାରୁ ନଥିବାବେଳେ ତୁରନ୍ତ ତାର ଭବିଷ୍ୟତ କୁ ଦୃଷ୍ଟିରେ ରଖି ସରକାରୀ ସାହାଯ୍ୟ କିମ୍ବା କେହି ସହୃଦୟ ବ୍ୟକ୍ତି ଚିକିତ୍ସା ପାଇଁ ସହଯୋଗର ହାତ ବଢାଇବାର ଆବଶ୍ୟକତା ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top