ଦେଶ

ରାଷ୍ଟ୍ରୀୟ ସୁରକ୍ଷାରେ ଯୋଗଦାନ ପାଇଁ ମିଳିବ ‘ସର୍ଦ୍ଦାର ପଟେଲ ରାଷ୍ଟ୍ରୀୟ ଏକତା ସମ୍ମାନ’

ନୂଆଦିଲ୍ଲୀ: କେନ୍ଦ୍ରୀ ଗୃହ ମନ୍ତ୍ରାଳୟ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାକୁ ପ୍ରୋତ୍ସାହିତ କରିବା ପାଇଁ ପଦ୍ମ ପୁରସ୍କାର ଭଳି ‘‘ସର୍ଦ୍ଦାର ପଟେଲ ରାଷ୍ଟ୍ରୀୟ ଏକତା ସମ୍ମାନ’’ ଆରମ୍ଭ କରିବାକୁ ଘୋଷଣା କରିଛି । ସର୍ଦ୍ଦାର ପଟେଲ ରାଷ୍ଟ୍ରୀୟ ଏକତା ସମ୍ମାନ ଦେଶର ଏକତା ଓ ଅଖଣ୍ଡତାରେ ଯୋଗଦାନ ଦେଉଥିବା ସଂସ୍ଥା ଓ ବ୍ୟକ୍ତଙ୍କୁ ଦିଆଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଡିସେମ୍ବରରେ ଗୁଜୁରାଟର କେୱାଡିୟାରେ ଆୟୋଜିତ ପୋଲିସ ମହାନିର୍ଦ୍ଦେଶକ ଓ ପୋଲିସ ମହାନିରୀକ୍ଷକଙ୍କ ବାର୍ଷିକ ସମ୍ମିଳନୀରେ ଏହି ସମ୍ମାନର ଘୋଷଣା କରିଥିଲେ । ସରକାର ପଟେଲଙ୍କ ଚର୍ଚ୍ଚିତ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ମଧ୍ୟ ଏଠାରା ପ୍ରତିଷ୍ଠା କରାଯାଇଛି । ଗୃହ ମନ୍ତ୍ରାଳୟ ଦ୍ୱାରା ଜାରି ନୋଟିଫିକେନ୍‌ ଅନୁସାରେ, ‘ଭାରତର କୌଣସି ବି ନାଗରିକ କିମ୍ବା ସଂସ୍ଥା ଏହି ସମ୍ମାନ ପାଇଁ ଜାତି, ଧର୍ମ, ଲିଙ୍ଗ, ଜନ୍ମସ୍ଥାନ, ସଂପ୍ରଦାୟ କିମ୍ବା ରୋଜଗାର ଆଧାରରେ ବିନା କୌଣସି ଭେଦଭାବ ଏହି ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହେବେ ।

ସମ୍ମାନିତ ହେବା ବ୍ୟକ୍ତିଙ୍କ ନାମ ଭାରତର ରାଜପତ୍ରରେ ପ୍ରକାଶିତ ହେବ । ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଅନୁସାରେ ସମ୍ମାନିତ ହେବା ସମସ୍ତ ଲୋକଙ୍କ ତାଲିକା ରଖାଯିବ । ଏହି ସମ୍ମାନ ପଦ୍ମର ପାଖୁଡ଼ା ଆକାରର ରହିବ । ଏହା ଦୈର୍ଘ୍ୟ 6ସେଣ୍ଟିମିଟର, ଚଉଡା 6 ଓ 2ସେଣ୍ଟିମିଟର ଓ ମୋଟା 4ମିଲିମିଟର ରହିବ । ରାଷ୍ଟ୍ରପତି ଏହି ସମ୍ମାନକୁ ଦେବା ପାଇଁ ମନା କିମ୍ବା ରଦ୍ଦ କରିବାର ଅଧିକାର ଅଛି । ଏପରି ସ୍ଥିତିରେ ସମ୍ମାନ ପାଇବା ବ୍ୟକ୍ତି କିମ୍ବା ସଂସ୍ଥାର ନାମ ରେଜିଷ୍ଟରରୁ କଟା ଦିଆଯିବ । ଏହି ପରିସ୍ଥିତିରେ ସମ୍ମାନିତ ହେବା ବ୍ୟକ୍ତି କିମ୍ବା ସଂସ୍ଥାକୁ ପଦକ ଓ ସମ୍ମାନ ଫେରାଇବାକୁ ପଡିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top