ଟେକ୍ନୋଲୋଜି

ଏସବିଆଇର ଏହି ଡେବିଟ୍‌ କାର୍ଡ ୩୧ ଡିସେମ୍ବରକୁ ହୋଇଯିବ ବନ୍ଦ…

sbi

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ବ୍ୟାଙ୍କ ତାର ଖାତାଧାରୀମାନଙ୍କ ପାଇଁ ଏକ ନିର୍ଦ୍ଦେଶ ଜାରି କରିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଘୋଷଣା କରିଛି ଏଟିଏମ କମ୍‌ ଡେବିଟ୍‌ କାର୍ଡ କୁ 31 ଡିସେମ୍ବର ପରେ ବନ୍ଦ କରିଦିଆଯିବ । ତେଣୁ କାର୍ଡକୁ ବଦଳାଇବା ପାଇଁ  ଗ୍ରାହକ ତୁରନ୍ତ ବ୍ୟାଙ୍କକୁ ଯାଇ ସମ୍ପର୍କ କରୁନ୍ତୁ ।

ଏସବିଆଇ କହିଛି ବର୍ତ୍ତମାନ ଚାଲୁଥିବା ମ୍ୟାଗନେଟିକ୍‌ ଷ୍ଟ୍ରାଇପ୍‌ ଡେବିଟ କାର୍ଡର ବ୍ୟବହାର ବନ୍ଦ ହୋଇଯିବ । 1 ଜାନୁଆରୀ 2020 ରୁ କେବଳ ଇଏମବି ଚିପ୍‌  ଓ ପିନ୍  ଥିବା କାର୍ଡ ହିଁ ବ୍ୟବହାର କରାଯିବ । ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ କ୍ରମେ ଏହା କରାଯାଉଛି । ଠକାମିରୁ ରକ୍ଷା ପାଇବା ପାଇଁ ଆରବିଆଇ ତରଫରୁ ଏହି ନିର୍ଦ୍ଦେଶ ଏସବିଆଇକୁ ଦିବଯାଇଛି । ଅଧିକରୁ ଅଧିକ ନୂଆ ଗ୍ରାହକମାନଙ୍କୁ ଇଏମବି ଚିପ୍‌ର ଡେବିଟ୍ କାର୍ଡ ଦିଆଯାଉଛି । ଯେଉଁ ଗ୍ରାହକମାନଙ୍କ ନିକଟରେ ମ୍ୟାଗନେଟିକ୍ ଷ୍ଟ୍ରାଇପ୍‌  ଡେବିଟ୍‌ କାର୍ଡ ଅଛି ସେମାନେ 31 ଡିସେମ୍ବର ପରେ ଆଉ ଟଙ୍କା  ଉଠାଇପାରିବେ ନାହିଁ ।

ପୁରୁଣା କାର୍ଡ ବଦାଳାଇବାକୁ ହେଲେ ଗ୍ରାହକମାନଙ୍କୁ କୌଣସି ଚାର୍ଜ ଦେବାକୁ ପଡିବ ନାହିଁ । ଗ୍ରାହକ କାର୍ଡକୁ ବଦଳାଇବା ପାଇଁ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ନଚେତ୍‌ ନିଜ ବ୍ରାଞ୍ଚକୁ ଯାଇ ଏହା କରିପାରିବେ । ଯଦି ଗ୍ରାହଙ୍କଠୁ କୌଣସି କାରଣ ବସତଃ ଚାର୍ଜ  ରଖାଯାଉଛି  ତେବେ ତାହାର ରିଫଣ୍ଡ ପାଇବା ପାଇଁ ମଧ୍ୟ ଆବେଦନ କରିପାରିବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top